ରାଉରକେଲା : ବିଶ୍ରା ଅଞ୍ଚଳରେ ଯୁବକଙ୍କୁ ଗୁଳି ମାରି ହତ୍ୟା ଘଟଣା।। ମୃତକଙ୍କ ବଡ ଭାଇ ସମେତ ଦୁଇ ଗିରଫ।। ପିସ୍ତଲ ଜବତ।

0 455

ରାଉରକେଲା : ୩/୧୨ (ସତ୍ୟାନ୍ୟୁଜ) ଜାନୁଆରୀ ୧ ତାରିଖ ରାତିରେ ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲା ଘାଟରେ ଗୁଳି ମାଡରେ କ୍ଷୀରଧର ସିଂ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ବିଶ୍ରା ପୋଲିସ ଆଜି କ୍ଷୀରଧରଙ୍କ ବଡ ଭାଇ ଉମେଶ ସିଂ ଏବଂ ତାଙ୍କର ଅନ୍ୟ ଜଣେ ସାଥି ଗୌରାଙ୍ଗ ଗୋପ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେମାନଙ୍କ ଠାରୁ ହତ୍ୟାରେ ବ୍ୟବହୃତ ପିସ୍ତଲ ଜବତ କରାଯାଇଛି। ସାମାନ୍ୟ ବଚସା କୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣା ପଡିଛି। ନୂଆ ବର୍ଷ ହୋଇଥିବାରୁ ଉକ୍ତ ଦିନ ୬/୭ ଜଣ ଯୁବକ ତେତେରକେଲା ଘାଟ ନିକଟ ଏକ ଘରେ ଭୋଜି କରୁଥଲେ। ଯୁବକ ମାନେ ଖାଇ ପିଇ ନିଶାଶକ୍ତ ଅବସ୍ଥାରେ ଫାଙ୍କା ଗୁଳି ଚାଳନା କରିଥିଲେ। ଏହି ସମୟରେ କ୍ଷୀରଧରଙ୍କ ବଡ ଭାଇ ଉମେଶ ସିଂ ଙ୍କ ପିସ୍ତଲ ଗୁଳିରେ କ୍ଷୀରଧର ଟଳି ପଡ଼ିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ପୋଲିସ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରୁ ୪ଟି ଖୋକା ଜବତ କରିଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରି କ୍ଷୀରଧରଙ୍କ ବଡ଼ ଭାଇ ଉମେଶ ସିଂ ଏବଂ ଅନ୍ୟ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Leave A Reply

Your email address will not be published.