ସୁନ୍ଦରଗଡ଼ : ‘ଯାତରା’ ମହୋତ୍ସବର ଦୂତୀୟ ଦିବସ।। ବହୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅୟୋଜିତ।

0 329

ସୁନ୍ଦରଗଡ: ୨/୦୧/ (ସତ୍ୟାନ୍ୟୁଜ)
୧୩ ତମ ଯାତରା ମହୋତ୍ସବ ର ଦ୍ୱିତୀୟ ସଂଧ୍ୟା ବେଶ୍ ଜାକ ଜମକ ଭାବେ ଶେଷ ହୋଇଛି । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦର୍ଶକ ଖୁବ୍ ଉପଭୋଗ କରିଥିଲେ।

ଯାତରା ର ଦ୍ୱିତୀୟ ଦିବସ ସଂଧ୍ୟାରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ରବୀନ୍ଦ୍ର ଦଳାଇ, ଡିଆଇଜି ଶ୍ରୀ ନିତୀ ଶେଖର, ଆଞ୍ଚଳିକ ବନ ସଂରକ୍ଷକ ଶ୍ରୀ ଅରୁଣ ମିଶ୍ର, ଜିଲ୍ଲା ଦୌରା ଜଜ ଶ୍ରୀ ଶୁଭଦର୍ଶୀ ପଟ୍ଟନାୟକ, ଜିଲ୍ଲାପାଳ ଡ଼ା ପରାଗ ଗଭାଲି, ଆରକ୍ଷୀ ଅଧିକ୍ଷକ,ରାଉରକେଲା ଶ୍ରୀ ମିତ୍ରଭାନୁ ମହାପାତ୍ର , ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ , ବଣାଇ ଓ ରାଉରକେଲା ର ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମିରାସେ, ଶ୍ରୀ ଲଳିତ କୁମାର ପାତ୍ର ଏବଂ ଶ୍ରୀ ଯଶବନ୍ତ ସେଠୀ ଅତିଥି ଭାବେ ଯୋଗ ଦେଇଥିଲେ ଯତରା ମଞ୍ଚ ହେଉଛି କଳା ,ସଂସ୍କୃତି ର ଏକ ଅପୂର୍ବ ବିଭୋବ, ଯେଉଁଥିରେ ପ୍ରତ୍ୟେକ ସ୍ତର ର କଳାକାର ମାନେ ନିଜ କଳା ନୈପୁଣ୍ୟ ପ୍ରଦର୍ଶନ କରିବାର ସୁଯୋଗ ଲାଭ କରିଛନ୍ତି ଏବଂ ଦର୍ଶକ ମାନଂକ ମନ ଜିଣି ପାରିଛନ୍ତି। ଏହା ସହ ପଲ୍ଲୀଶ୍ରୀ ମେଳାରେ ବିଭିନ୍ନ ସାମଗ୍ରୀ କିଣାବିକା କରିବାର ବ୍ୟାପକ ସୁବିଧା ରହିଛି ବୋଲି ମତ ବ୍ୟକ୍ତ କରିଥିଲେ।

ଆଜିର ଏହି ଦ୍ୱିତୀୟ ସଂଧ୍ୟାରେ ମହାରାଷ୍ଟ୍ରର ଲାବଣୀ ନୃତ୍ୟ, ମୟୂରଭଞ୍ଜ ର ଛଉ ନୃତ୍ୟ ଓ ଝୁମର ନୃତ୍ୟ, ସୁନ୍ଦରଗଡ଼ ର ରିତା ସାହୁ ଦଳ ର ସୁଫି ନୃତ୍ୟ ଏବଂ ମୟୁରି ନୃତ୍ୟ ଦଳ ର ସମ୍ବଲପୁରୀ ନୃତ୍ୟ, ରାଜସ୍ଥାନ ର ଘୁମର୍ ନୃତ୍ୟ, ସମ୍ବଲପୁରର ବଜନିଆ ଦଳ ର ସମ୍ବଲପୁରୀ ନୃତ୍ୟ, ପୁରୀର ଫେଟ ଫାଇଟର ଦ୍ଵାରା ମଲଖମ୍ବ ନୃତ୍ୟ, ସୁନ୍ଦରଗଡର ଲକ୍ଷ୍ୟ ଡ୍ୟାନ୍ସ ଗ୍ରୁପ୍ ଦ୍ଵାରା ଓଡିଶୀ ନୃତ୍ୟ, ସମ୍ବଲପୁର ରାମ୍ପ ସୋ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.