ରାଉରକେଲା : ଡାଇରିଆରେ ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲା କଂଗ୍ରେସ।। ଆରଏମସି ସମ୍ମୁଖରେ ବିକ୍ଷୋଭ।
ରାଉରକେଲା : ୩/୧୨ (ସତ୍ୟାନ୍ୟୁଜ) ଡାଇରିଆ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ ରାଉରକେଲା ଆସିଛନ୍ତି। ଅନ୍ୟ ପଟେ ଡାଇରିଆରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛି କଂଗ୍ରେସ। ଏହାଛଡା ହସ୍ପିଟାଲରେ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦେବାକୁ ଦାବି କରାଯାଇଛି।
ରାଉରକେଲାରେ ଡାଇରିଆ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରା ଯାଇଥିଲା। ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାକୁ ଏକ ହସ୍ପିଟାଲ ରୂପ ଦିଆ ଯାଇଥିଲା। ବେଡ଼ ରେ ଡାଇରିଆ ଆକ୍ରାନ୍ତଙ୍କୁ ପ୍ରତିକାତ୍ମକ ଭାବେ ଚିକିତ୍ସା କରାଯାଉଥିଲା। ଜିଲ୍ଲା କଂଗ୍ରେସ ସଭାପତି ରଶ୍ମୀ ପାଢ଼ୀଙ୍କ ନେତୃତ୍ୱରେ ହୋଇଥିବା ଏହି ବିକ୍ଷୋଭରେ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର , ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ବିରେନ୍ ସେନାପତି , ପୂର୍ବତନ ଡିସିସି ସଭାପତି ଦେବବ୍ରତ ବିହରୀଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ।