ରାଉରକେଲା : ଆସନ୍ତା ଜାନୁଆରୀ ୪ ତାରିଖରୁ ଆରମ୍ଭ ହେବ କଳିଙ୍ଗ ହର୍ବଲ ମେଳା।। ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ଲାଗିବ ୮୦ଟି ଷ୍ଟଲ।
ରାଉରକେଲା : ୨/୧/୨୪ (ସତ୍ୟାନ୍ୟୁଜ) ଆସନ୍ତା ୪ ତାରିଖରୁ ରାଉରକେଲାରେ ଅୟୋଜିତ ହେବାକୁ ଯାଉଛି କଳିଙ୍ଗ ହର୍ବଲ ମେଳା। ଆୟୁର୍ବେଦିକ ଔଷଧି କୁ ପ୍ରମୋଟ କରିବା ଲାଗି ରାଉରକେଲା ବନ ବିଭାଗ ପକ୍ଷରୁ ଏହି ମେଳାର ଅୟୋଜନ କରାଯାଉଛି। ଭଞ୍ଜ ଭବନ ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଏହି ମେଳା ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆୟୁର୍ବେଦିକ ଡାକ୍ତର ମାନେ ଆସୁଥିବା ବେଳେ ବୈଦ୍ୟରାଜ ମାନେ ମଧ୍ୟ ଆସୁଛନ୍ତି। ଏହି ହର୍ବଲ ମେଳାରେ ସମୁଦାୟ ୮୦ଟି ଷ୍ଟଲ ଲାଗିବାକୁ ଥିବା ବେଳେ ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ମେଳା ଖୋଲା ରହିବ। ଏହି ସୂଚନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବନ ବିଭାଗ ପକ୍ଷରୁ ଦିଆ ଯାଇଛି।