ବିରମିତ୍ରପୁର : ୨/୧/୨୪ (ସତ୍ୟାନ୍ୟୁଜ) ସୀମାନ୍ତରେ ଜଗି ଛନ୍ତି ସେନା। ସେଥି ପାଇଁ ଆମେ ଦେଶ ଭିତରେ ସୁରକ୍ଷିତ। ସେବା ନିବୃତ୍ତ ହେବା ପରେ ସୈନିକଙ୍କୁ ପ୍ରାୟ ସମସ୍ତେ ଭୁଲି ଯା’ଆନ୍ତି। କିନ୍ତୁ ସେବା ନିବୃତ୍ତ ହୋଇ ଫେରିବା ପରେ ବିରମିତ୍ରପୁରରେ ସୁବେଦାର କ୍ରିଷ୍ଣା ନାଗଙ୍କୁ ଯେଉଁ ପ୍ରକାର ସମ୍ମାନ ଦିଆଗଲା ତାହା ଆଗାମୀ ଦିନରେ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ହୋଇ ରହିବ। ସୁବେଦାର କ୍ରିଷ୍ଣାଙ୍କ ଶେଷ ପୋଷ୍ଟିଂଗ ଥିଲା ଜାମ୍ମୁ କାଶ୍ମୀର। ସେବା ନିବୃତ୍ତ ହୋଇ ସେ ବିରମିତ୍ରପୁରରେ ପହଞ୍ଚିବା ପରେ ଫୁଲ ହାରଦେଇ , ବାଜା ବଜାଇ ତାଙ୍କୁ ଯେପରି ସ୍ୱାଗତ କରାଗଲା ସେଥିରେ ସେ ବିମୋହିତ ହୋଇ ପଡ଼ିଥିଲେ।