ରାଉରକେଲା : ବଡ ଭାଇର ଗୁଳି ମାଡରେ ସାନ ଭାଇ ମୃତ।। ଅଭିଯୁକ୍ତ ବଡ ଭାଇ ଅଟକ।। ପୋଲିସ ତଦନ୍ତ ଜାରି।

0 1,552

ରାଉରକେଲା : ୨/୧/୨୪ (ସତ୍ୟାନ୍ୟୁଜ) ବଡଭାଇର ଗୁଳି ମାଡରେ ସାନ ଭାଇ ମୃତ। ଏପରି ଏକ ଘଟଣା ଘଟିଛି ନୂତନ ବର୍ଷର ପ୍ରଥମ ଦିନ ରାତିରେ। ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲାରେ ଘଟିଛି ଏହି ଗୁଳିକାଣ୍ଡ। ଗୁଳିକାଣ୍ଡର କାରଣ ଜଣା ପଡି ନଥିଲେ ମଧ୍ୟ ବ୍ୟବସାୟିକ କାରଣରୁ ଏହା ହୋଇଥିବା ସୂଚନା ମିଳିଛି। ମୃତକ ୨୬ ବର୍ଷୀୟ ସୂର୍ଯ୍ୟ ସିଂ ଓରଫ କ୍ଷୀରଧର ସିଂ ବୋଲି ଜଣା ପଡ଼ିଛି। ସୂଚନା ଅନୁଯାୟୀ ୧ ତାରିଖ ଦିନ ରାତିରେ ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲା ଘାଟରେ କେତେକ ଯୁବକ ଭୋଜି ଭାତ କରୁଥିଲେ। କୌଣସି କାରଣରୁ ସେଠାରେ ଗୁଳି କାଣ୍ଡ ଘଟି ସୂର୍ଯ୍ୟ ସିଂ ଙ୍କ ମୃତ୍ୟୁ ହୋଇଥିଲା। ଗୁଳି ଚଳାଇବା ଲୋକ ମୃତକ ସୂର୍ଯ୍ୟ ସିଂ ଙ୍କ ବଡଭାଇ ବୋଲି ସୂଚନା ମିଳିଛି। ପୋଲିସ ଅଭିଯୁକ୍ତ ବଡଭାଇଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛନ୍ତି।

Leave A Reply

Your email address will not be published.