ରାଉରକେଲା : ଡାଇରିଆ ସ୍ଥିତି ନିରୀକ୍ଷଣ ଲାଗି କେନ୍ଦ୍ରୀୟ ଟିମ୍ ର ଆଉ ଦୁଇ ସଦସ୍ୟ ରାଉରକେଲା ପହଞ୍ଚିଲେ।। ଏଡିଏମଙ୍କ ସହ ଆଲୋଚନା କଲେ କେନ୍ଦ୍ରୀୟ ଟିମ୍।
ରାଉରକେଲା : ୨/୧/୨୪ (ସତ୍ୟାନ୍ୟୁଜ) ରାଉରକେଲାରେ ଗତ ଡିସେମ୍ବର ୧୦ ତାରିଖରୁ ବ୍ୟପିଥିବା ଡାଇରିଆ ସ୍ଥିତି ଅନୁଧ୍ୟାନ ପାଇଁ ୫ ଜଣିଆ କେନ୍ଦ୍ରୀୟ ଡ଼ାକ୍ତରୀ ଏବଂ ବିଶେଷଜ୍ଞ ଦଳ ରାଉରକେଲାରେ ପହଞ୍ଚି ଡେରା ପକାଇଛନ୍ତି। ଦୂତୀୟ ଦିନରେ ଏହି ଦଳ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡକ୍ତର ଶୁଭଙ୍କର ମହାପାତ୍ରଙ୍କୁ ଭେଟି ଥିଲେ। ମହାନଗର ନିଗମ ସମ୍ମିଳନୀ କକ୍ଷରେ ଡାଇରିଆ ସ୍ଥିତିର ସମୀକ୍ଷା କରିଥିଲେ। ଏହା ପୂର୍ବରୁ କେନ୍ଦ୍ରୀୟ ଟିମ୍ ରାଉରକେଲା ସରକାରୀ ହସ୍ପିଟାଲ ପରିଦର୍ଶନ କରି ଡାଇରିଆ ସ୍ଥିତି ସମ୍ପର୍କରେ ବରିଷ୍ଠ ଡାକ୍ତର ମାନଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ଏହି ଟିମ୍ ସହରର ବିଭିନ୍ନ ସ୍ଥାନ କୁ ଯାଇ ଡାଇରିଆ ବ୍ୟାପିବାର କାରଣ ସମ୍ପର୍କରେ ଅନୁଧ୍ୟାନ କରିବେ। ଗତକାଲି କେନ୍ଦ୍ରୀୟ ଟିମ୍ ର ୩ ଜଣ ସଦସ୍ୟ ପହଞ୍ଚି ଥିଲେ। ଆଜି ଆଉ ଦୁଇ ଜଣ ସଦସ୍ୟ ପହଞ୍ଚିବା ପରେ ବିଭିନ୍ନ ସ୍ଥାନରେ ତଦନ୍ତକୁ ତ୍ୱରାନ୍ୱିତ କରାଯାଇଛି। ହଇଜା ନିରାକରଣ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସହାୟତା ଯୋଗାଇ ଦେବାକୁ ଏହି ଟିମ୍ ଆସିଥିବା କୁହା ଯାଉଛି।