ରାଉରକେଲା : ହଇଜା ବ୍ୟାପିବା କାରଣ ଖୋଜିବା ପାଇଁ ରାଉରକେଲାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍।। ଆରଜିଏଚ ରେ ଚାଲିଛି ବିଶେଷଜ୍ଞଙ୍କ ଆଲୋଚନା।

0 415

ରାଉରକେଲା : ୧/୧ (ସତ୍ୟାନ୍ୟୁଜ) ରାଉରକେଲାରେ ହଇଜା ବ୍ୟାପିବା ଘଟଣାର ନିରୀକ୍ଷଣ ଏବଂ ଅନୁଧ୍ୟାନ କରିବା ଲାଗି ଆଜି କେନ୍ଦ୍ରୀୟ ଟିମ୍ ର ୩ ଜଣ ସଦସ୍ୟ ଆସି ରାଉରକେଲାରେ ପହଞ୍ଚିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଠନ କରାଯାଇ ଥିବା ୫ ଜଣିଆ ଟିମ୍ ରୁ ଆସିଥିବା ଦୁଇ ଜଣ ସଦସ୍ୟ ହଇଜା ବ୍ୟାପିବାର କାରଣ ସମ୍ପର୍କରେ ଅନୁଧ୍ୟାନ କରିବେ। କେନ୍ଦ୍ରୀୟ ଟିମ୍ ର ସଦସ୍ୟ ରାଉରକେଲା ସରକାରୀ ହସ୍ପିଟାଲରେ ପହଞ୍ଚିଛନ୍ତି। ୩ ଜଣ ସଦସ୍ୟ ଡକ୍ତର ରଶ୍ମୀ ରଞ୍ଜନ ମହାନ୍ତି ଏବଂ ସ୍ୱାସ୍ଥ୍ୟ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ତର ଏନ୍ ଏମ୍ ସୋମାଲକର ଆରଜିଏଚ ର ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି। ରାଉରକେଲାରେ ହଇଜା ବ୍ୟାପିବା ଘଟଣାରେ କେନ୍ଦ୍ରୀୟ ଟିମ୍ ପଠାଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛିଦିନ ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ।
ସୂଚନାଯୋଗ୍ୟଯେ ଗତ ଡିସେମ୍ବର ୧୦ ତାରିଖରୁ ରାଉରକେଲାରେ ବ୍ୟପିଥିବା ହଇଜାରେ ସରକାରୀ ଭାବେ ୯ ଜଣଙ୍କ ମୃତ୍ୟୁ ଘଟିଥିଲା। ୧୦୦୦ ଉର୍ଦ୍ଧ୍ବ ଲୋକ ହଇଜାରେ ଆକ୍ରାନ୍ତ ହୋଇଥିଲେ। ତେବେ ବେସରକାରୀ ଭାବେ ଏହି ସଂଖ୍ୟା ଅଧିକ ଥିଲା। ହଇଜା ନିରାକରଣ ଏବଂ ଅନୁଧ୍ୟାନ ପାଇଁ ଭୁବନେଶ୍ବରରୁ ସ୍ୱାସ୍ଥ୍ୟ ସଚିବ ଏବଂ ବିଶେଷଜ୍ଞ ଦଳ ଆସିଥିଲେ। ଏବେ କେନ୍ଦ୍ରୀୟ ଟିମ୍ ଅନୁଧ୍ୟାନ ପାଇଁ ଆସିଛନ୍ତି। ଆସନ୍ତା କାଲି ଆଉ ଦୁଇ ଜଣ ସଦସ୍ୟ ଆସି ପହଞ୍ଚିବେ।

Leave A Reply

Your email address will not be published.