ଦୀପାବଳୀ ପର୍ଯ୍ୟନ୍ତ ରାସ୍ତାକଡରେ ଠେଲା ଲଗାଇବାକୁ ପ୍ରଶାସନ କୁ ଅନୁରୋଧ କଲେ ଅସ୍ଥାୟୀ ବ୍ୟବସାୟୀ ।

0 540

ଏବେ ରାଉରକେଲା ରେ ଟ୍ରାଫିକ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଚାଲିଛି ରାସ୍ତା କଡରୁ ଉଠା ବ୍ୟବସାୟୀ ଙ୍କୁ ଉଚ୍ଛେଦ ପ୍ରକ୍ରିୟା। ସହର ର ମୁଖ୍ୟମାର୍ଗରେ ଅତ୍ୟଧିକ ଟ୍ରାଫିକ ସମସ୍ୟା ହେଉଥିବାରୁ ରାସ୍ତାକଡରୁ ମୁଖ୍ୟତଃ ଠେଲାରେ ଫଳ ବିକ୍ରୟ କରୁଥିବା ବ୍ୟବସାୟୀ ଙ୍କୁ ହଟା ଯାଉଛି । ଆଗକୁ ଆସୁଛି ଦୀପାବଳୀ ଏବଂ ଛଟ ପୂଜା

। ଛୋଟ ଛୋଟ ବେପାରୀ ମାନେ ଠେଲା ଲଗାଇ ଏହି ଦିନକୁ ଅପେକ୍ଷା କରିଥାନ୍ତି । ଅତି କମରେ ଦୀପାବଳୀ ଏବଂ ଛଟ ପୂଜା ପର୍ଯ୍ୟନ୍ତ ଠେଲା ଲଗାଇବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ଉଠା ବ୍ୟବସାୟୀ । ଏହି ସନ୍ଦର୍ଭରେ ଉଠା ଠେଲା ବ୍ୟବସାୟୀ ଙ୍କ ଏକ ପ୍ରତିନିଧି ଦଳ ରାଉରକେଲା ଏ ଡି ଏମ ଙ୍କୁ ଦେଖାକରି ଦୀପାବଳୀ ପର୍ଯ୍ୟନ୍ତ ଠେଲା ଲଗାଇବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ । ଏହା ଛଡା ପ୍ରତିନିଧି ମଣ୍ଡଳରେ ଯାଇଥିବା ରଣଜିତ ନାୟକ ଏବଂ ବିଜୟ ସୋନକର ଉଠା ଠେଲା ବ୍ୟବସାୟୀ ଙ୍କ ଲାଗି ଏକ ଭେଣ୍ଡିଙ୍ଗ ଜୋନ କରିବାକୁ ଏଡିଏମ ଙ୍କୁ ନିବେଦନ କରିଥିଲେ ।

Leave A Reply

Your email address will not be published.