ସୁନ୍ଦରଗଡ଼ : ବଡ଼ଗାଁ ନିକଟରେ ୧୦ ନମ୍ବର ରାଜ୍ୟ ରାଜପଥରେ ଗୁଳି ମାଡ଼।। ଗୁଳି ମାଡରେ ଭ୍ୟାନ ଡ୍ରାଇଭର ଆହତ। ଆରଜିଏଚ ରେ ଭର୍ତ୍ତି।

0 573

ସୁନ୍ଦରଗଡ଼ : ୩୧/୧୨ (ସତ୍ୟାନ୍ୟୁଜ) ସୁନ୍ଦରଗଡରେ ପୁଣି ହୋଇଛି ଗୁଳିମାଡ। ଗୁଳି ମାଡରେ ଆହତ ହୋଇଛନ୍ତି ଜଣେ ପିକ୍ ଅପ୍ ଭ୍ୟାନ ଡ୍ରାଇଭର। ରବିବାର ଦିନ ଏହି ଘଟଣା ଘଟିଛି ବଡଗାଁ ଥାନା ଅନ୍ତର୍ଗତ ୧୦ ନମ୍ୱର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ୍ ୱେର ଇତମା ନିକଟରେ। ପିକଅପ୍ ଭ୍ୟାନ ଡ୍ରାଇଭର ସୁଭାଷ ନାୟକ ଭ୍ୟାନ ଚଳାଇ ଆସୁଥିବା ବେଳେ ଏକ କାରରେ ୪ ଜଣ ଦୃବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଥିଲେ।
ଗୁଳି ମୁଁହ ତଳେ ବାଜି ପାର ହୋଇ ଯାଇଥିବା ଜଣା ପଡ଼ିଛି। ଆହତ ଯୁବକ ସୁବାସ ନାୟକଙ୍କ ଘର କୁତ୍ରା ଅଞ୍ଚଳର କିରଙ୍ଗସେରାର ବୋଲି ଜଣା ପଡ଼ିଛି । କିଏ ଓ କାହିଁକି ଆସି ସୁଭାଷଙ୍କୁ ଗୁଳି ମାରିଲେ ସେ ନେଇ ବଡଗାଁ ପୋଲିସ ତଦନ୍ତ କରୁଛି। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.