ରାଉରକେଲା : ଆମୋଦ ପ୍ରମୋଦ ପାଇଁ ବାସନ୍ତୀ ସରୋବର ଏବେ ସହରବାସୀଙ୍କ ପ୍ରଥମ ପସନ୍ଦ।। ପ୍ରତିଦିନ ଜମୁଛି ପ୍ରବଳ ଜନ ସମାଗମ।
ରାଉରକେଲା : ୩୦/୧୨ (ସତ୍ୟାନ୍ୟୁଜ) ରାଉରକେଲା ବାସନ୍ତୀ ସରୋବର ଏବେ ସହର ବାସୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। କେବଳ ସହର ବାସୀ ନୁହନ୍ତି ବାହାରୁ ଆସୁଥିବା ଲୋକ ମଧ୍ୟ ଏଠାକୁ ଆନନ୍ଦ ଉଠାଇବାକୁ ଆସିଥାନ୍ତି। ବର୍ଷକ ପୂର୍ବରୁ ସହର ବାସୀ ଏହି ସ୍ଥାନକୁ ଡିଏଭି ପୋଖରୀ ଭାବେ ଜାଣି ଥିଲେ। ବଡ ଅପରିଷ୍କାର ଭାବେ ଏହି ସ୍ଥାନ ଥିଲା। କିନ୍ତୁ ଏବେ ଏହି ସ୍ଥାନ ବେଶ ମନଲୋଭା ହୋଇଛି। ରାଉରକେଲା ସ୍ମାର୍ଟସିଟି ଲିମିଟେଡ଼ ପକ୍ଷରୁ ଏହାର ଉନ୍ନତି କରଣ କରାଯାଇଛି। ପ୍ରତିଦିନ ସହରବାସୀ ଏବଂ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ବାସନ୍ତୀ ସରୋବରରେ ଥିବା ବୋଟିଂ ବ୍ୟବସ୍ଥା ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ପରିବାର ସହ ଲୋକ ମାନେ ଆସି ବୋଟିଂ ର ମଜା ନେଉଛନ୍ତି।
ଆମୋଦ ପ୍ରମୋଦ ବ୍ୟତୀତ ଏଠାରେ ସାମାଜିକ ଏବଂ ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟବସ୍ଥା କରାଯାଉଛି। ବିବାହ ବ୍ରତ, ଜନ୍ମଦିନ , ଆନିଭର୍ସାରି ଆଦି ପାଳନ ଲାଗି ଏଠାରେ ବ୍ୟବସ୍ଥା କରା ଯାଇଛି। ଏଠାରେ ଏକ ଫୁଡ଼ କୋର୍ଟ ମଧ୍ୟ ରହିଛି।
ଦିନକୁ ଦିନ ବାସନ୍ତୀ ସରୋବରରେ ଲୋକଙ୍କ ଭିଡ଼ ଜମୁଛି। ଏଥି ଲାଗି ସ୍ମାର୍ଟ ସିଟି ଲିମିଟେଡ଼ ପକ୍ଷରୁ ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ଯୋଜନା ରହିଛି।