ବଣାଇ : ୧/୧୨ ( ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ବ୍ଲକ ମହୁଲ ପଦା ଅଞ୍ଚଳରେ କିଛି ଦିନ ହେଲା ହେଟା ବାଘ ଆତଙ୍କ ଜାରି ରହିଛି। ଏକ ହେଟା ବାଘ ଦଳ ବିଭିନ୍ନ ଗାଁକୁ ଆସି ଗୁହାଳ ଘରେ ପଶି ମେଣ୍ଢା ମାନଙ୍କୁ ଆକ୍ରମଣ କରୁଛନ୍ତି। ହେଟା ବାଘ ଆକ୍ରମଣରେ ୮ରୁ ଉର୍ଦ୍ଧ୍ବ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ମେଣ୍ଢା ଆହତ ହୋଇଛନ୍ତି। ବନ ବିଭାଗ ହେଟା ବାଘ ଗତିବିଧି ଉପରେ ନଜର ରଖି ଥିବା ବେଳେ ଆକ୍ରମଣର ସମୟ ଜାଣିପାରୁ ନାହାନ୍ତି। ହେଟା ବାଘ ଦଳ ମହୁଲପଦାର ପ୍ରାୟ ପାଞ୍ଚ ଜଣ ଙ୍କ ଘରେ ମେଣ୍ଢାଙ୍କ ଉପରେ ଆକ୍ରମଣ କରିଥିବାର ସୂଚନା ମିଳିଛି। ବନ ବିଭାଗ ପକ୍ଷରୁ ଅନୁକମ୍ପା ମୂଳକ ଆର୍ଥିକ ସହାୟତା ଦିଆଯିବା ଲାଗି ବ୍ୟବସ୍ଥା କରାଯାଉଛି।