ରାଉରକେଲା : ୩୦/୧୨ (ସତ୍ୟାନ୍ୟୁଜ) ରାଉରକେଲା ଇଣ୍ଟିଗ୍ରେସନ ଫୋରମ୍ ର ପରିବର୍ଦ୍ଧିତ ବୈଠକ ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଶନିବାର ଦିନ ସମ୍ପନ୍ନ ହୋଇ ଯାଇଛି। କମିଟିରେ ୮ ଜଣ ନୂତନ ସଦସ୍ୟଙ୍କୁ ମନୋନୀତ କରାଯାଇଛି। ସେମାନେ ହେଲେ କାଳନ୍ଦୀ ବଡ଼ଜେନା , ସୁମନ କୁମାର ଦତ୍ତ ,ହର ମୋହନ ମହାପାତ୍ର , ଅବବ୍ଦୁଶ ସଲାମ , ବିବେକ ଶ୍ରୀବାସ୍ତବ , ଜଶବିନ୍ଦର ସିଂ , ମହମ୍ମଦ ସଲିମ୍ ଏବଂ ବର୍ଥଲୋମୀ କେର୍କେଟା। ଏସପି ଡକ୍ଟର ମିତ୍ରଭାନୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଏସପି , ଡ଼ିଏସପି , ବିଭିନ୍ନ ଥାନାର ଇନିସପେକ୍ଟରଙ୍କ ସମେତ ଇଣ୍ଟିଗ୍ରେସନ ଫୋରମ୍ ର ସଦସ୍ୟ ମାନେ ଯୋଗ ଦେଇଥିଲେ। ଜୋନାଲ ଡିଏସପି ଅନୀଲ ପ୍ରଧାନ ବୈଠକ ପରିଚାଳନା କରିଥିଲେ। ଗଠିତ ହୋଇଥିବା ନୂତନ କମିଟି ଅଧିକ କାର୍ଯ୍ୟକ୍ଷମ ହେବା ସହ ସହରରେ ସାମ୍ପ୍ରଦାୟିକ ସଦଭାଵ ବଜାୟ ରଖିବାରେ ବେଶ ସହାୟକ ହେବ ବୋଲି ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ଆଶା ପ୍ରକାଶ କରିଛିନ୍ତି।