ରାଉରକେଲା : ଖଣିଜ ପଦାର୍ଥ ପରିବହନ ଲାଗି ଗାଡି ମାଲିକଙ୍କ ଏକକ ରେଟ୍ ଧାର୍ଯ୍ୟ।। ଟ୍ରକ ଟିପ୍ପର ମାଲିକ ସଙ୍ଘ ମାନଙ୍କରେ ଖୁସିର ଲହର।
ରାଉରକେଲା : ୨୯/୧୨(ସତ୍ୟାନ୍ୟୁଜ) କୋଇଡା ଏବଂ ଟେନ୍ସା ରୁ ଖଣିଜ ପଦାର୍ଥ ପରିବହନ ଲାଗି ଗାଡି ମାନଙ୍କର କୌଣସି ଫିକ୍ସ ରେଟ୍ ନଥିଲା। ବିଭିନ୍ନ ପରିବହନ ସଙ୍ଘ ଭିନ୍ନ ଭିନ୍ନ ଭଡା ଧାର୍ଯ୍ୟ କରୁଥିଲେ। ଏଥିପାଇଁ ଗାଡି ମାଲିକଙ୍କ ଅନେକ ଅସୁବିଧା ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ରାଉରକେଲା ମାଇନିଂ ଏରିଆ ଟ୍ରକ ଏବଂ ଟିପ୍ପର ମାଲିକ ସଙ୍ଘ ପକ୍ଷରୁ ଏକକ ରେଟ୍ ପାଇଁ ବିଗତ ଦୁଇ ବର୍ଷ ହେଲା ଉଦ୍ୟମ ହୋଇ ଆସୁଥିଲା। ଏବେ ଏହି ଉଦ୍ୟମ ସଫଳ ହୋଇଛି। ବଣାଇ ଠାରେ ଗତ ୨୬ ତାରିଖରେ ପ୍ରଶାସନ ଏବଂ ବିଭିନ୍ନ ଟ୍ରାନ୍ସପୋର୍ଟ ସଙ୍ଘର ଏବାବଦରେ ଆଲୋଚନା ହୋଇଥିଲା। ବଣାଇ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଅୟୋଜିତ ଏହି
ମିଟିଂରେ କୋଇଡ଼ା, ଟେନ୍ସା, ରାଜାମୁଣ୍ଡା,ଲହୁଣିପଡ଼ା,କଲାଇ ପୋଷ,ବଣାଇ ଅଞ୍ଚଳରେ ଥିବା ସମସ୍ତ ଆସୋସିଏସନ ପଦାଧିକାରୀ ମାନେ ଯୋଗ ଦେଇଥିଲେ। ସର୍ବସମ୍ମତି କ୍ରମେ ଖଣିଜ ପଦାର୍ଥ ପରିବହନ ଲାଗି ଏକକ ରେଟ୍ ଧାର୍ଯ୍ୟ କରାଯାଇଥିଲା। ଏଥିଲାଗି ଆସୋସିଏସନ ପକ୍ଷରୁ ରାଉରକେଲା ଏସପି , ବଣାଇ ଉପଜିଲ୍ଲାପାଳ , ବଣାଇ ଏସଡିପିଓଙ୍କ ସମେତ ବିଧାୟକ ଲଷ୍ମଣ ମୁଣ୍ଡାଙ୍କୁ ଧନ୍ୟବାଦ ଜ୍ଞାପନ କରା ଯାଇଛି।