ରାଉରକେଲା : ବିପଦ ସଙ୍କୁଳ ବ୍ରିଜ ପାର୍ଶ୍ଵରେ ଡେଞ୍ଜର ଫିତା ବାନ୍ଧିଲେ ଆରଏସପି କର୍ତ୍ତୃପକ୍ଷ।। ଖୁବ ଶୀଘ୍ର ସ୍ଲାବ ପକାଯିବା ନେଇ ସୂଚନା।
ରାଉରକେଲା : ୨୮/୧୨ (ସତ୍ୟାନ୍ୟୁଜ) ରିଙ୍ଗ ରୋଡ଼ ଓଭର ବ୍ରିଜ ଉପରେ ଡେଞ୍ଜର ଏବଂ ସତର୍କତା ମୂଳକ ଫିତା ବାନ୍ଧିଲେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ। ରାଉରକେଲା ବିରଜାପାଲି ନିକଟରେ ଥିବା ଓଭରବ୍ରିଜରୁ ଖସି ପଡି ଜଣେ ନାବାଳକ ଛାତ୍ରର ମୃତ୍ୟୁ ପରେ ରାଉରକେଲା ଆରଏସପି କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ଉକ୍ତ ବ୍ରିଜ ବିପଦ ସଂକୁଳ ଅବସ୍ଥାରେ ଥିବା ସତ୍ୟା ନ୍ୟୁଜରେ ଖବର ପ୍ରସାରଣ ପରେ ଗୁରୁବାର ଦିନ ଆରଏସପି ପକ୍ଷରୁ ଉକ୍ତ ବ୍ରିଜ ଉପରେ ସତର୍କତା ମୂଳକ ସୂଚନା ଦିଆଯାଇଛି। ଡେଞ୍ଜର ଏବଂ କସନ୍ ର ଫିତା ବାନ୍ଧି ବ୍ରିଜ ପାଶ୍ୱକୁ ବାରିକେଡିଂ କରାଯାଇଛି। ଯେପରି କୌଣସି ଲୋକ ବ୍ରିଜ ଉପରେ ଖାଲି ଥିବା ସ୍ଥାନକୁ ଯାଇ ପାରିବେ ନାହିଁ। ସୂଚନାଯୋଗ୍ୟଯେ ଗତ ୧୪ ତାରିଖରେ ଉକ୍ତ ବ୍ରିଜ ଉପରେ ଥିବା ଖାଲି ସ୍ଥାନରେ ରାହୁଲ ବେହେରା ନାମକ ଜଣେ ନବମ ଶ୍ରେଣୀର ଛାତ୍ର ଖସି ପଡି ୨୦ ଫୁଟ ତଳ ମୁଖ୍ୟ ରାସ୍ତାକୁ ପଡି ଯାଇଥିଲା। ପରେ ଡାକ୍ତରଖାନା କୁ ନିଆଯିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରହିଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ବ୍ରିଜ ଉପରେ ସତର୍କ ସୂଚନା ଫିତା ବାନ୍ଧିବା ପରେ ଖୁବ ଶୀଘ୍ର ଖାଲି ସ୍ଥାନରେ ସ୍ଲାବ ପକା ଯିବା ନେଇ ଆରଏସପି ସୂତ୍ରରୁ ଜଣାପଡ଼ିଛି।