ବଣାଇ : ୨୮//୧୨ (ସତ୍ୟାନ୍ୟୁଜ) ବଣାଇ ସ୍ଥିତ ଆଇଟିଡିଏ ସମ୍ମିଳନୀ କକ୍ଷରେ କୋଟାକା ହା ସଟୋରିୟୁ କରାଟେ ଡୋ ର କଲର୍ ବେଲ୍ଟ ଓ ବ୍ଲାକବେଲ୍ଟ ଗ୍ରେଡେସନ୍ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଗ୍ରେଡେସନ ଉତ୍ସବ ରେ ୮୦ ଜଣ କରାଟେ ପ୍ରତିଯୋଗୀ ଯୋଗ ଦେଇ ଥିଲେ। ଗ୍ରେଡେସନ୍ ଉତ୍ସବ ରେ ବଣାଇ ଥାନା ଅଧିକାରୀ ଶ୍ରୀ ଯୁକ୍ତ ଜ୍ଞାନେନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବଣାଇ କରାଟେ ଡୋ ସଂଘ ର ସଭାପତି ବିଷ୍ଣୁ ଚରଣ ବାରିକ, ଉପଦେଷ୍ଟା ଯୁଧିଷ୍ଠିର ବେହେରା, ଜେନାମଣି ବେହେରା , ରାଉରକେଲା ବ୍ରାଞ୍ଚ ର ପ୍ରଶିକ୍ଷକ ସୁରେଶ ତନ୍ତୀ ପ୍ରଭୃତି ଯୋଗଦାନ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କରାଟେ ମାର୍ଶାଲ ଆର୍ଟ ଶିଖିବା ଦ୍ୱାରା ସମାଜରେ ସୁରକ୍ଷିତ ରହି ପାରିବ ନେଇ ଅତିଥି ମାନେ ମତବ୍ୟକ୍ତ କରିଥିଲେ। କୃତୀ ଛାତ୍ର ଲଛାତ୍ରୀ ମାନଙ୍କୁ ବେଲ୍ଟ ଓ ମାନପତ୍ର ପ୍ରଦାନ କରାଯାଇଥିଲା।
ଏହି ଗ୍ରେଡେସନ୍ ଉତ୍ସବ ରେ ବ୍ଲlକ ବେଲଟ ପ୍ରଥମ ଡାନ ରେ ମନସ୍ଵିନୀ ମହାନ୍ତି, ସୌମେନ୍ଦ୍ର ପ୍ରଧାନ ଏବଂ ଓମ୍ ଓମ୍ ପ୍ରକାଶ ମିଶ୍ର ଉତିର୍ଣ୍ଣ ହୋଇଥିବା ବେଳେ ବ୍ରାଉନ ବେଲଟ୍ ରେ- ସମିର ଓରାମ,ସୁଶ୍ରୀ ସୌମ୍ୟl ଦାସ, ଶ୍ରେୟସ୍ ସ୍ୱରୂପ ସାହୁ, ସତ୍ୟମ୍ କୁମାର ବେହେରା,ଭୋଲାସଙ୍କର ମୁଣ୍ଡା, ପରପଲ ଵେଲ୍ଟ ରେ – ଚିନ୍ମୟ କିଶlନ , ନୀଳ ବେଲ୍ଟ ରେ -ନେହା ବର୍ମା, ଭୋଲାସଙ୍କର ମୁଣ୍ଡା,ସବୁଜ ବେଲ୍ଟ ରେ – ଦେବସ୍ମିତା ମହାନ୍ତ ଅମନ ବଡlଇକ,ଆମନ୍ ସମlସି, ସଚ୍ଚିଦାନନ୍ଦ ସାହୁ, ଇଭାମୟୀ ମହlକୁଲ, ଫ୍ରାଙ୍କଲିନ ପାତ୍ର ,ସାଇ ଶ୍ରେୟାସ ବେହେରା, ପ୍ରଜ୍ଞା ପରିମିତl ଜେନା,ସଚ୍ଚିଦାନନ୍ଦ ସାହୁ, କମଳା ବେଲଟ୍ -ରେ ଭୁମି ବଳ, ଏମ ଡ ଅlହିଲ,ଶିବମ ନନ୍ଦ, ଆଦର୍ଶ ଜେନା, ଶ୍ରୀ ସ୍ତୁତି ପ୍ରଧାନ, ଆୟୁଷ ମହାନ୍ତ, ଶ୍ରୁତି ରାଉତ,ଆଶୁତୋଷ ନୟକ୍, ହରିଓମ ମହତ,ହଳଦିଆ ବେଲଟ ରେ-ଅରୋସ୍ମିତl ନାୟକ, ନ ବିରାଜ,ଅମାନ ସାହୁ, ଆରୁଶି ପlତ୍ର , ଦେବାଶିଷ ଧାରୁଆ ପ୍ରଭୃତି ଉତ୍ତୀର୍ଣ୍ଣ ହୋଇଥିଲେ l ଏହି ଗ୍ରେଡେସନ ଉତ୍ସବ କୁ ବଣାଇ କରାଟେ ଡୁ ସଂଘ ର ସଂପାଦକ ଜାତୀୟ କୋଚ୍ ତଥା ରେଫରୀ ସେନସେଇ ବିଶ୍ୱଜିତ ବାରିକ ପରିଚାଳନ କରିଥିଲେ