ରାଉରକେଲା : କୋଲକାତା ଏବଂ ଭୁବନେଶ୍ୱର ଯିବାକୁ ଯାତ୍ରୀ ହେଉଛନ୍ତି ନିରାଶ। ବାରମ୍ବାର ବିମାନ ସେବା ବାତିଲ।

0 511

ରାଉରକେଲା : ୨୮/୧୨ (ସତ୍ୟାନ୍ୟୁଜ) ରାଉରକେଲା- ଭୁବନେଶ୍ୱର ଏବଂ ରାଉରକେଲା – କୋଲକାତା ବିମାନ ସେବା ଆରମ୍ଭ ହେବାରୁ ସହର ବାସୀଙ୍କ ମଧ୍ୟରେ ବେଶ ଖୁସି ଦେଖା ଦେଇଥିଲା। ମାତ୍ର ଏଇ ଦୁଇଟି ଯାକ ସହରକୁ ବିମାନ ସେବାର ଅନିୟମିତତା ସମସ୍ତଙ୍କୁ ନିରାଶ କରିଛି। ୨୬ ଡିସେମ୍ବରରୁ ରାଉରକେଲା ରୁ କୋଲକାତା ସିଧାସଳଖ ବିମାନ ଯାତ୍ରା ଆରମ୍ଭ ହେବାର ଥିଲା। ମାତ୍ର ପ୍ରଥମ ଦିନରେ ବିମାନ ଆସିଲା ନାହିଁ। ଫଳରେ କୋଲକାତା ଯିବାକୁ ୩୨ ଜଣ ଯାତ୍ରୀଙ୍କୁ ଫେରିବାକୁ ପଡିଥିଲା। ସେହିପରି ଗତ ଜାନୁଆରୀ ମାସରୁ ରାଉରକେଲା-ଭୁବନେଶ୍ୱର ଆରମ୍ଭ ହୋଇଥିବା ବିମାନ ସେବା ମଧ୍ୟ ନିୟମିତ ହୋଇ ପାରୁନାହିଁ। ଅନେକ ସମୟରେ ଏହି ବିମାନ ସେବା ବାତିଲ ହେବା ଦେଖାଯାଉଛି। ଗତକାଲି ପାଗ ଠିକ ଥିଲେ ମଧ୍ୟ ରାଉରକେଲାକୁ ବିମାନ ଆସି ନଥିଲା। ଫଳରେ ଟିକେଟ କାଟି ଭୁବନେଶ୍ୱର ଯିବାକୁ ଅପେକ୍ଷା କରିଥିବା ୩୦ ଜଣ ଯାତ୍ରୀ ଫେରି ଯାଇଥିଲେ। ବାରମ୍ବାର ବିମାନ ସେବା ବାତିଲ ହେଉଥିବାରୁ ଏବେ ରାଉରକେଲା ବାସୀ ବନ୍ଦେ ଭାରତ ଟ୍ରେନ୍ ରେ ଭୁବନେଶ୍ୱର ଯିବାକୁ ପସନ୍ଦ କରୁଛନ୍ତି।

Leave A Reply

Your email address will not be published.