ବିରମିତ୍ରପୁର : ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର ବାବଦରେ ପ୍ରଶିକ୍ଷଣ।। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେମୋ ପ୍ରଦର୍ଶନ।

0 373

ବିରମିତ୍ରପୁର : ୨୮/୧୨ (ସତ୍ୟାନ୍ୟୁଜ) ଆକସ୍ମିକ ଅଗ୍ନିକାଣ୍ଡରୁ ରକ୍ଷା ପାଇବା ଲାଗି ପାଣି ବ୍ୟତୀତ ଅନେକ ପ୍ରକାର ଅଗ୍ନି ନିର୍ବାପକ ସାମଗ୍ରୀ ଉପଲବ୍ଧ ହେଲାଣି। ନିଆଁ ଲାଗିଲେ ଏହି ଯନ୍ତ୍ରପାତିକୁ କିପରି ବ୍ୟବହାର କରାଯିବ ତାହା ଅନେକ ଲୋକ ଜାଣି ନାହାନ୍ତି। ଏ ବାବଦରେ ସାଧାରଣ ଲୋକଙ୍କୁ ପ୍ରଶିକ୍ଷଣ ଦେବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବୁଧବାର ଦିନ ବିରମିତ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କୁଆରମୁଣ୍ଡା ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକ୍ ଡ୍ରିଲ କରାଯାଇଥିଲା। ବିଶେଷ କରି ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନଙ୍କୁ ନିଆଁ ଲାଗିଲେ କିପରି ନିୟନ୍ତ୍ରଣ କରାଯାଇ ପାରିବ ସେ ବାବଦରେ ପ୍ରଶିକ୍ଷଣ ଦିଆ ଯାଇଥିଲା। ଘରେ ସମସ୍ତେ ପ୍ରାୟ ରୋଷେଇ ଲାଗି ସିଲିଣ୍ଡର୍ ବ୍ୟବହାର କଲେଣି। ସେଥିରେ ନିଆଁ ଲାଗିଲେ କେମିତି ନିଜକୁ ତଥା ଧନ ସମ୍ପତ୍ତି କୁ ରକ୍ଷା କରି ହେବ ତାର ଡେମୋ ପ୍ରଦର୍ଶନ କରା ଯାଇଥିଲା।
ବିଶେଷ ଭାବେ ଅଗ୍ନୀ ନିର୍ବାପକ ଯନ୍ତ୍ରକୁ କିପରି ବ୍ୟବହାର କରାଯିବ ସେ ବାବଦରେ ଟ୍ରେନିଂ ଦିଆ ଯାଇଥିଲା।

Leave A Reply

Your email address will not be published.