ସୁନ୍ଦରଗଡ଼ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ।। ନିମନ୍ତ୍ରଣ ପାଇଁ ସୁନ୍ଦରଗଡ ଆସିଲେ ସ୍ୱତନ୍ତ୍ର ପ୍ରତିନିଧି ଦଳ।

0 343

ସୁନ୍ଦରଗଡ଼ : ୨୭/୧୨ (ସତ୍ୟାନ୍ୟୁଜ): ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ ଆସନ୍ତା ଜାନୁୟାରୀ ମାସ ରେ ଅନୁଷ୍ଠିତ ହେବ। ଏହି ଶୁଭ ଲୋକାର୍ପଣ ଉତ୍ସବରେ ଯୋଗ ଦେବା ପାଇଁ ସମସ୍ତ ଜିଲ୍ଲା ର ପ୍ରମୁଖ ଧର୍ମସ୍ଥଳୀ ର ମୁଖ୍ୟ ମାନଙ୍କୁ ଆମନ୍ତ୍ରଣ କରାଯାଉଅଛି।
ଏହି ପରିପ୍ରେକ୍ଷୀରେ ଆଜି ସୁନ୍ଦରଗଡ଼ ଠାରେ ଆସି ପହଞ୍ଚିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ର ସ୍ଵତନ୍ତ୍ର ଦଳ । ଏହି ଅବସରରେ ସ୍ଥାନୀୟ ରାଜବାଟି ନିକଟସ୍ଥ ଜଗନ୍ନାଥ ମନ୍ଦିର ପରିସର ରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ଏହି ସ୍ବତନ୍ତ୍ର ଦଳ କୁ ଭବ୍ୟ ସ୍ଵାଗତ ସମର୍ଦ୍ଧନା କରାଯାଇଥିଲା। ଏହି ସ୍ବତନ୍ତ୍ର ଦଳ ରେ ଶ୍ରୀମନ୍ଦିର ସିଂହାରୀ ସେବାୟତ ସିଂହାରୀ ଚିନ୍ତାମଣି କର,ସିଂହାରୀ ହରେକୃଷ କର,ସିଂହାରି ହରିହର କର ଏବଂ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀ ବନଜାକାନ୍ତ ମାହାରୀ ଉପସ୍ଥିତ ଥିଲେ।
ଏହି ଅବସର ରେ ସୁନ୍ଦରଗଡ଼ ମା ସମଲେଇ ମନ୍ଦିର ର ପୂଜକ କିଶ୍ୱର ଚନ୍ଦ୍ର ଦେହେରି ଓ ହରିହର ଦେହୁରୀ ଏବଂ ରାଉଲକେଲା ସେକ୍ଟର ୩ ସ୍ଥିତ ଅହିରାବନ୍ଧ ଜଗନ୍ନାଥ ମନ୍ଦିର ର ତ୍ରିନାଥ ପାଢ଼ୀ ଏବଂ ଶ୍ରୀ ମିତ୍ରଭାନୁ ପଣ୍ଡା ଉପସ୍ଥିତ ରହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତେ ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ। ପରେ ପରେ ଏହି ସ୍ବତନ୍ତ୍ର ଦଳ ମା ସମଲେଇ ଙ୍କର ଦର୍ଶନ କରିଥିଲେ।

 କାର୍ଯ୍ୟକ୍ରମ ରେ ଲକ୍ଷ୍ୟ ଏକାଡେମୀ ର କଳାକାର ମାନଙ୍କ ଦ୍ବାରା ଓଡିଶୀ ନୃତ୍ୟ  ପରିବେଷଣ କରାଯାଇଥିଲା l ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ,ସୁନ୍ଦରଗଡ଼ ଜଗନ୍ନାଥ ମନ୍ଦିର ର ସମସ୍ତ ପୂଜକ ଓ ଟ୍ରଷ୍ଟି, ମା ସମଲେଇ ମନ୍ଦିର ର  ପୂଜକ ଓ ଟ୍ରଷ୍ଟି, ରାଉରକେଲା ଜଗନ୍ନାଥ ମନ୍ଦିର ର ପୂଜକ ଓ ଟ୍ରଷ୍ଟି, ସ୍ୱୟଂ ସହାୟକ ମହିଳା ଗୋଷ୍ଠି ର ସଭ୍ୟ, ସ୍ଥାନୀୟ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply

Your email address will not be published.