ରାଉରକେଲା : ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ।। ଉଦିତନଗର ମିନି ଷ୍ଟାଡିୟମରେ କ୍ରୀଡ଼ାବିତଙ୍କୁ ପୁରସ୍କାର ପ୍ରଦାନ।
ରାଉରକେଲା : ୨୭/୧୨ (ସତ୍ୟାନ୍ୟୁଜ) ତୃଣମୂଳସ୍ତରରୁ ଲୁକ୍କାୟିତ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ପାଇଁ ସାରା ଓଡ଼ିଶାରେ ରାଜ୍ୟ ସରକାରଙ୍କ ତରଫରୁ ‘ନୂଆ-ଓ ଯୁବ ଓଡ଼ିଶା ନବୀନ ନବୀନ ଓଡ଼ିଶା ‘ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇ ଯାଇଛି। ରାଉରକେଲା ଉଦିତନଗର ମିନି ଷ୍ଟାଡିୟମରେ ଅୟୋଜିତ ଉଦଯାପନୀ ଉତ୍ସବରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଯୋଗ ଦେଇ କୃତି କ୍ରୀଡ଼ାବିତ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଫୁଟବଲ , କ୍ରିକେଟ , ଭଲିବଲ , କବାଡି , ଖୋଖୋ , ହକି ପ୍ରତିଯୋଗିତାରେ ଚମ୍ପିୟାନ ଏବଂ ରନର୍ସ ଅପ ଟିମ୍ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମହାନଗର ନିଗମ ସ୍ତରୀୟ ଏହି କ୍ରୀଡ଼ା ପ୍ରତିଯୋଗିତାରେ ୨୨ ଶହ କ୍ରୀଡ଼ାବିତ ଭାଗ ନେଇଥିଲେ।
ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଅନୁଷ୍ଠିତ ହେଉଥିବା ଏହି କ୍ରୀଡ଼ା ପ୍ରତିଯୋଗିତା ନିମନ୍ତେ ରାଉରକେଲା ସହରର ପ୍ରାୟ ୨୨୦୦ରୁ ଉର୍ଦ୍ଧ୍ଵ କ୍ରୀଡ଼ାବିତ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ।
ଏହି କ୍ରୀଡ଼ା ମହାକୁମ୍ଭରେ କ୍ରିକେଟ, ଫୁଟବଲ୍, ହକି, କବାଡ଼ି, ଖୋ-ଖୋ ଓ ଭଲିବଲ୍ ଛଅଟି କ୍ରୀଡ଼ାକୁ ସାମିଲ କରାଯାଇଥଲା। ୧୩ରୁ ୩୫ ବୟସ୍କ ଖେଳାଳି ଏହି କ୍ରୀଡ଼ା ନିମନ୍ତେ ନିଜ ନାମ ପଞ୍ଜିକରଣ କରିଥିଲେ। ରାଉରକେଲା ମହାନଗର ନିଗମ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୩୩ଟି ଦଳ ଭାଗ ନେଇଥିବା ବେଳେ ଭଲିବଲ୍ ନିମନ୍ତେ ୧୬ଟି ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବ। ଏଥି ସହ ଫୁଟବଲ୍ ଓ ହକିରେ ପୁରୁଷ ବିଭାଗରେ ଯଥାକ୍ରମେ ୩୯ ଓ ୧୧ଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ମହିଳା ବର୍ଗରେ ୩ ଓ ଗୋଟିଏ ଟିମ୍ ଭାଗ ନେବେ। ସେହିପରି ଭାବେ କବାଡ଼ି ପ୍ରତିଯୋଗିତା ନିମନ୍ତେ ୨୪ଟି ପୁରୁଷ ଦଳ ଓ ୧୦ଟି ମହିଳା ଦଳ ଅଂଶଗ୍ରହଣ କରିବା ପାଇଁ ନାମ ପଞ୍ଜୀକରଣ କରିଥିଲେ। ଖୋ-ଖୋ ପ୍ରତିଯୋଗିତାରେ ୧୪ଟି ପୁରୁଷ ଦଳ ଓ ୮ଟି ମହିଳା ଦଳ ଅଂଶ ଗ୍ରହଣ କରିଥିଲେ। ଏହି ମହାକୁମ୍ଭରେ ପ୍ରାୟ ୨୨୦୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ କ୍ରୀଡ଼ାବିତ୍ ଅଂଶଗ୍ରହଣ କରି ସେମାନଙ୍କର ସର୍ବଶ୍ରେଷ୍ଠ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବା ପୂର୍ବକ ସର୍ବଶେଷରେ ବିଜୟୀ ଦଳ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ଉନ୍ନୀତ ହେବେ। ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ଦଳ ରାଜ୍ଯ ସ୍ତରୀୟ ପ୍ରତିଯୋଗିତା ନିମନ୍ତେ ଯୋଗ୍ୟ ବିବେଚିତ ହେବେ। ମହାନଗର ନିଗମ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଚାମ୍ପିଅନ ଟିମ୍ ପାଇଁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଓ ମାନପତ୍ର ସହ ଟ୍ରଫି ପ୍ରଦାନର ବ୍ୟବସ୍ଥା ଥିବା ବେଳେ ରନର୍ସଅପ ଟିମକୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ଭାବେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଦଳକୁ ୨୦ ହଜାର ଲେଖାଏଁ ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯାଇଥିଲା।
ଉଦଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ର, ଡେପୁଟି କମିଶନର ଶ୍ରୀଯୁକ୍ତ ସୁଧାଂଶୁ ଭୋଇ, ବିଭିନ୍ନ କ୍ରୀଡ଼ା ଆସୋସିଏସନର ସଦସ୍ୟ ତଥା ଆରଏମସି କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।