ରାଉରକେଲା : ଜଗନ୍ନାଥ ମନ୍ଦିରରେ ୟୁ ଟ୍ୟୁବର କାମିଆ ଜାନୀଙ୍କ ପ୍ରବେଶକୁ ବିରୋଧ।। ବିରୋଧ କଲା ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ।

0 255

ରାଉରକେଲା : ୨୬/୧୨ (ସତ୍ୟାନ୍ୟୁଜ) ୟୁ ଟ୍ୟୁବର କାମିଆ ଜାନୀଙ୍କ ଜଗନ୍ନାଥ ମନ୍ଦିରରେ ପ୍ରବେଶ ପ୍ରସଙ୍ଗକୁ ବିରୋଧ କରି ଆଜି ରାଉରକେଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ବିଶ୍ରା ଛକରେ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ଏହି ପ୍ରତିବାଦ ବିକ୍ଷୋଭ କରା ଯାଇଥିଲା। କାମିଆ ଜାନୀ ଗୋମାନ୍ସ ଭକ୍ଷଣ କୁ ପ୍ରମୋଟ୍ କରୁଥିବା ଅଭିଯୋଗ କରି ସଙ୍ଗଠନ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। କାର୍ଯ୍ୟକ୍ରମର ସଂଯୋଜକ ଗୋଦାବରୀଶ ଶତପଥୀଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା।

Leave A Reply

Your email address will not be published.