ରାଉରକେଲା : ରେଳବାଇ ଘରୋଇ କରଣ ବିରୁଦ୍ଧରେ ସିଟୁ ସଙ୍ଗଠନର ପ୍ରତିବାଦ।। ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।

0 372

ରାଉରକେଲା : ୨୬/୧୨ (ସତ୍ୟାନ୍ୟୁଜ) କେନ୍ଦ୍ରର ମୋଦି ସରକାର ରେଳବାଇକୁ ଘରୋଇକରଣ କରିବାକୁ ମସୁଧା କରୁଥିବା ଅଭିଯୋଗ କରିଛି ସିଟୁ ସଙ୍ଗଠନ। ପ୍ରତିବାଦରେ ମଙ୍ଗଳବାର ଦିନ ସିଟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ରାଉରକେଲା ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା। ଏହି ବିକ୍ଷୋଭରେ ସିଟୁ ନେତା ବିମାନ ମାଇତି , ରାଜ କିଶୋର ପ୍ରଧାନଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ। ମୋଦି ସରକାର ଜନ ହିତକର କାର୍ଯ୍ୟକୁ ଅଣଦେଖା କରି ପୁଞ୍ଜିପତିଙ୍କ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ କରିଛି ସିଟୁ ସଙ୍ଗଠନ ।

Leave A Reply

Your email address will not be published.