ରାଉରକେଲା ରେ ଛଟ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ ।। ବିହାର ସାଂସ୍କୃତିକ ପରିଷଦ ସଦସ୍ୟ ଏ ଡି ଏମ ଙ୍କୁ ଭେଟିଲେ ।

0 497

ଆସନ୍ତା ନଭେମ୍ବର ୧୦ ଏବଂ ୧୧ ତାରିଖରେ ଛଟ ପୂଜା ପାଳନ କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିହାର ପ୍ରଦେଶ ରେ ବସବାସ କରୁଥିବା ଲୋକମାନଙ୍କର ଏହା ସବୁଠାରୁ ବଡ଼ ପର୍ବ । ରାଉରକେଲା ଇସ୍ପାତ ସହରରେ ବିହାର ଏବଂ ଉତ୍ତର ପ୍ରଦେଶ ଅଞ୍ଚଳର ବହୁ ଲୋକ ରହୁଥିବାରୁ ଛଟ ପର୍ବ ଏଠାରେ ଧୁମଧାମରେ ପାଳନ କରାଯାଇଥାଏ । ବିଭିନ୍ନ ନଦୀ ଏବଂ ଜଳାଶୟ ନିକଟରେ ଶ୍ରଦ୍ଧାଳୁ ମାନେ ଅସ୍ତଗାମୀ ଏବଂ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥାନ୍ତି । କିନ୍ତୁ କୋଭିଡ କଟକଣା ଲାଗି ଲୋକମାନେ ଗୋଟିଏ ସ୍ଥାନରେ ଏକତ୍ରିତ ନହେବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ସୋମବାର ଦିନ ବିହାର ସାଂସ୍କୃତିକ ପରିଷଦ ପକ୍ଷରୁ ରାଉରକେଲା ଅତିରିକ୍ତ
ଜିଲ୍ଲାପାଳଙ୍କୁ ଭେଟି ଛଟ ପର୍ବ ପାଳନ ଲାଗି ଅନୁମତି ଦେବାକୁ ଅନୁରିଧ କରାଯାଇଥିଲା । ଏହାଛଡା ଉକ୍ତ ଦିନକୁ ଛୁଟିଦିନ ଘୋଷଣା କରିବାକୁ ମଧ୍ୟ ଏ ଡି ଏମ ଙ୍କୁ ନିବେଦନ କରାଯାଇଥିଲା ।

Leave A Reply

Your email address will not be published.