ରାଉରକେଲା : ହଇଜାରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି।। କ୍ଷତିପୂରଣ ଦାବିରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ।
ରାଉରକେଲା : ୨୬/୧୨ (ସତ୍ୟାନ୍ୟୁଜ) ରାଉରକେଲାରେ ହଇଜାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଆତ୍ମୀୟ ସ୍ୱଜନଙ୍କୁ କ୍ଷତି ପୂରଣ ଦାବିରେ ଆଜି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ନେତା ନିହାର ରାୟ ଙ୍କ ନେତୃତ୍ୱରେ ଅୟୋଜିତ ଏହି ବିକ୍ଷୋଭରେ ରଘୁନାଥପାଲି ବିଜେପି ନେତା ଜଗବନ୍ଧୁ ବେହେରାଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ। ସିଂହାସନୀ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବିଜେପି କର୍ମୀ ମାନେ ବାହାରି ରାଉରକେଲା ମହାନଗର2 ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହଇଜାରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରା ଯାଇଥିଲା।