ରାଉରକେଲା : ରାଉରକେଲା ଏବଂ ରଘୁନାଥପାଲି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ।

0 406

ରାଉରକେଲା : ୨୬/୧୨ (ସତ୍ୟାନ୍ୟୁଜ) ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ରାଉରକେଲା ଏବଂ ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ଉତ୍ସାହ ଉଦ୍ଦୀପନା ସହ ମନା ଯାଇଛି। ରାଉରକେଲା ନିର୍ବାଚନ ମଣ୍ଡଳୀରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ନେତୃତ୍ୱରେ ବିଭିନ୍ନ କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିଲା। ବୃକ୍ଷ ରୋପଣ ସହ ରକ୍ତଦାନ ଶିବିରର ମଧ୍ୟ ଅୟୋଜନ କରା ଯାଇଥିଲା। ଡେଲି ମାର୍କେଟ ଟାଉନ ହାଇସ୍କୁଲ ପରିସରରରେ ଅୟୋଜିତ ରକ୍ତଦାନ ଶିବିରରେ ଶ୍ରମ ମନ୍ତ୍ରୀ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।
ଅନ୍ୟପଟେ ରଘୁନାଥପାଲି ନିର୍ବାଚନ ମଣ୍ଡଳୀରେ ବିଧାୟକ ସୁବ୍ରତ ତାରାଇଙ୍କ ନେତୃତ୍ୱରେ ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା। ଗଣ ଦୌଡ , ବୃକ୍ଷ ରୋପଣ ସହ ଦୁଇ ନମ୍ବର ସେକ୍ଟର ଦୁର୍ଗାପୂଜା ପଡ଼ିଆରେ ଏକ ସାଧାରଣ ସଭା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସହରର ବିଶିଷ୍ଟ ବ୍ୟକ୍ତି ମ
ବିଶେଷଙ୍କୁ ସମ୍ମାନିତ କରା ଯାଇଥିଲା।

Leave A Reply

Your email address will not be published.