ରାଉରକେଲା : ଖଣ୍ଡାଧାର ଜଳପ୍ରପାତ ଦେଖିବାକୁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ।। ଜଳପ୍ରପାତର ଆନନ୍ଦ ଉଠାଇବା ସହ ପିକନିକ୍ ର ମଜା ନେଉଛନ୍ତି ଲୋକେ।
ରାଉରକେଲା : ୨୬/୧୨ (ସତ୍ୟାନ୍ୟୁଜ) ଖଣ୍ଡାଧାର ଜଳ ପ୍ରପାତ। ଏହି ସୁନ୍ଦର ଜଳପ୍ରପାତ ବାହାରିଥିବା ସ୍ଥାନରୁ ଖଣ୍ଡାର ଧାର ସଦୃଶ ହୋଇଥିବାରୁ ଏହାର ନାମକରଣ ଖଣ୍ଡାଧାର କରାଯାଇଛି। ରାଉରକେଲା ଠାରୁ ମାତ୍ର ୮୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଜଳପ୍ରପାତ। ସୁନ୍ଦରଗଡ଼ ଜିଲ୍ଲାରେ ବହୁ ପର୍ଯ୍ୟଟନ ସ୍ଥଳୀ ରହିଛି। ମାତ୍ର ବଣାଇ ଅଞ୍ଚଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ଜଳପ୍ରାପତ ସବୁବେଳେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇ ରହିଥାଏ। ପ୍ରାୟ ୮୦୦ ଫୁଟ ଉପରୁ ପଡୁଥିବା ପାଣିର ଶବ୍ଦ ଏକ ଭିନ୍ନ ଶିହରଣ ସୃଷ୍ଟି କରିଥାଏ। ଚଳିତ ବର୍ଷ ଖଣ୍ଡାଧାର ପର୍ଯ୍ୟଟନ ସ୍ଥଳୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଛି। ଖଣ୍ଡାଧାର ଉନ୍ନୟନ ସମିତି ପକ୍ଷରୁ ବଣଭୋଜି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସାଙ୍ଗସାଥି ମାନଙ୍କ ସହ ଲୋକ ମାନେ ଆସି ଏଠାକୁ ଜଳପ୍ରପାତର ଆନନ୍ଦ ଉଠାଇବା ସହ ବଣଭୋଜିର ମଜା ଉଠାଉଛନ୍ତି । ନଭେମ୍ବର ମାସରୁ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ଏହି ମନୋରମ ସ୍ଥାନରେ ଭିଡ଼ ଲାଗି ରହିଥାଏ। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବନବିଭାଗ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।