ରାଉରକେଲା : ରାଉରକେଲାରେ ଡାଇରିଆର ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ।। ଆଗକୁ ବଡ଼ଦିନ ଏବଂ ନୂଆବର୍ଷ ଥିବାରୁ ସତର୍କ ରହିବାକୁ ଏଡିଏମଙ୍କ ପରାମର୍ଶ।
ରାଉରକେଲା : ୨୪/୧୨ (ସତ୍ୟାନ୍ୟୁଜ) ରାଉରକେଲାରେ ୧୧ ଦିନ ହେଲା ଲାଗି ରହିଥିବା ଡାଇରିଆ ସ୍ଥିତିରେ ଏବେ ସୁଧାର ଆସିଛି। ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଥିବା ବେଳେ
ହସପିଟାଲ ରେ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ଅନେକ କମି ଯାଇଛି। ତଥାପି ଆଗକୁ ବଡ଼ଦିନ ଏବଂ ନୂଆବର୍ଷ ଆସୁଥିବାରୁ ଆହୁରି ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର କହିଛନ୍ତି। ଜଳର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଥିବା ବେଳେ ଜଳସାଥୀ ଏବଂ ରାପିଡ୍ ଆକ୍ସନ ଟିମ୍ ଘର ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି।
ରାଉରକେଲାରେ ବ୍ୟାପିଥିବା ହଇଜା ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ଏବଂ 5 T ସଚିବ ଘନ ଘନ ସମୀକ୍ଷା କରି ଏହାର ନିରାକରଣ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଖୁବ ଶୀଘ୍ର ରାଉରକେଲାରୁ ହଇଜା ମୁକ୍ତ କରାଯିବ ବୋଲି ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ କହିଛନ୍ତି।