ସୁନ୍ଦରଗଡ଼ : ସନ୍ଦୀପ ଜୈନଙ୍କୁ ହତ୍ୟା ଉଦ୍ୟମ ତ୍ରିକୋଣୀୟ ପ୍ରେମ ପାଇଁ ହୋଇଥିଲା।। ଦିଲ୍ଲୀର ଯୁବତୀଙ୍କୁ ଦୁଇ ବ୍ୟବସାୟୀ ପ୍ରେମ କରୁଥିଲେ।

0 958

ସୁନ୍ଦରଗଡ଼ : ୨୩/୧୨ (ସତ୍ୟାନ୍ୟୁଜ) ବ୍ୟବସାୟୀ ସନ୍ଦୀପ ଜୈନଙ୍କ ଉପରେ ଗୁଳି ମାଡ କରି ହତ୍ୟା କରିବା ଉଦ୍ୟମର ପର୍ଦ୍ଦାଫାସ କରିଛି ରାୟପୁର ପୋଲିସ। ବ୍ୟବସାୟିକ ଶତ୍ରୁତା ଲାଗି ଏହି ହତ୍ୟା ଉଦ୍ୟମ ହୋଇ ନଥିଲା। ଜଣେ ଯୁବତୀଙ୍କୁ ୨ ଜଣଙ୍କ ପ୍ରେମ ବ୍ୟାପାରକୁ ନେଇ ସନ୍ଦିପଙ୍କୁ ହତ୍ୟା ପାଇଁ ସୁପାରୀ ଦିଆଯାଇଥିଲା। ଏହି ଘଟଣାରେ ମାଷ୍ଟରମାଇଣ୍ଡ ଝାରସୁଗୁଡ଼ାର କୋଇଲା ଟ୍ରାନ୍ସପୋର୍ଟର ସୁନୀଲ କେଡ଼ିଆ, ସୁନିଲଙ୍କ ସହଯୋଗୀ ସୁନ୍ଦରଗଡ଼ର ଟ୍ରାନ୍ସପୋର୍ଟର ସନ୍ତୋଷ ସିଂ ଏବଂ ସୁପାରୀ କିଲର ସୁନ୍ଦରଗଡ଼ ଉଜ୍ୱଳପୁରର ଅମନ ଶର୍ମାକୁ ରାୟପୁର ତେଲିଭାଣ୍ଡା ପୁଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି I

ଗିରଫ ଅଭିଯୁକ୍ତ ସୁପାରୀ କିଲର ଅମନ ଶର୍ମାଙ୍କୁ ପଚରାଉଚରା ବେଳେ ସେ ଏହି କ୍ରାଇମ୍ ସ୍ୱୀକାର କରିଛି। ସନ୍ତୋଷ ସିଂ ଏବଂ ସୁନୀଲ କେଡିଆଙ୍କ ନିର୍ଦ୍ଦେଶରେ ସନ୍ଦୀପ ଜୈନଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି କହିଛନ୍ତି ଅମନ। ଏହାପରେ ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଷ୍ଟେସନକୁ ଅଣାଯାଇ ଜେରା କରାଯାଇଥିଲା। ଅଭିଯୁକ୍ତ ଦ୍ୱୟ ଏହାଜ ଘଟଣାରେ ସେମାନଙ୍କ ସମ୍ପୃକ୍ତି ସ୍ୱୀକାର କରିଥିଲେ। ତେବେ ଏହି ଘଟଣା ବ୍ୟବସାୟିକ ଶତ୍ରୁତା ଯୋଗୁଁ ନୁହେଁ ବରଂ ତ୍ରିକୋଣିୟ ପ୍ରେମ ପାଇଁ ଘଟିଥିବା ପୋଲିସ ଖୁଲାସା କରିଛି ।
ଗତ ୨୦ ତାରିଖ ଦିନ ରାୟପୁରର ଲାଭଣ୍ଡି ଠାରେ ବ୍ୟବସାୟୀ ସନ୍ଦୀପ ଜୈନଙ୍କୁ ଗୁଳିକରି ହତ୍ୟା ଉଦ୍ୟମରେ ତେଲିଭାଣ୍ଡା ପୁଲିସ ଦ୍ୱାରା ଗିରଫ ହୋଇଥିବା ସୁପାରୀ କିଲର ଅମନ ଶର୍ମା ଙ୍କୁ ପଚରାଉଚରା କରାଯାଇଥିଲା। ଅମନ ଦେଇଥିବା ତଥ୍ୟ ଅନୁସାରେ ସେ ସନ୍ତୋଷ ସିଂ ଏବଂ ସୁନୀଲ କେଡିଆଙ୍କ ନିର୍ଦ୍ଦେଶରେ ସନ୍ଦୀପ ଜୈନ ଉପରକୁ ଗୁଳି ଚଳାଇଥିଲା । ଅମନ ଶର୍ମା ଏବଂ ସନ୍ତୋଷ ସିଂକୁ ଉଭୟଙ୍କୁ ପୋଲିସ ଷ୍ଟେସନକୁ ଅଣାଯାଇ ସାମ୍ନା ସାମ୍ନି ଜେରା କରାଯାଇଥିଲା। ତଦନ୍ତରୁ ଯାହା ଜଣା ପଡିଛି ତାହା ହେଲା , ସମଗ୍ର ଘଟଣାର ମାଷ୍ଟରମାଇଣ୍ଡ ଝାରସୁଗୁଡ଼ାର ଟ୍ରାନ୍ସପୋର୍ଟର ସୁନୀଲ କେଡ଼ିଆ I ସୁନୀଲ କେଡିଆଙ୍କ ଦିଲ୍ଲୀର ଜଣେ ଯୁବତୀଙ୍କ ସହିତ ବହୁ ଦିନର ବନ୍ଧୁତା ଥିଲା । ସେହି ଯୁବତୀଙ୍କୁ ସୁନୀଲ କେଡିଆ ଦିଲ୍ଲୀରେ ଏକ ଫ୍ଲାଟ କିଣି ଗିଫ୍ଟ ଦେଇଥିଲେ। ତେବେ ଠିକ ଏହି ସମୟରେ ସୁନୀଲ କେଡ଼ିଆ ଏବଂ ତାଙ୍କର ମହିଳା ବନ୍ଧୁଙ୍କ ମଧ୍ୟରେ ହଠାତ ପଶି ଆସିଥିଲ ରାୟପୁରର ବ୍ୟବସାୟୀ ସନ୍ଦୀପ ଜୈନ I ସୁନୀଲଙ୍କ ଗାର୍ଲ ଫ୍ରେଣ୍ଡଙ୍କ ଆଉ ସନ୍ଦୀପ ଜୈନଙ୍କ ସହିତ ଘନିଷ୍ଠତା ଏବଂ ଉଭୟ ଉଭୟଙ୍କ ସହିତ ସମ୍ପର୍କ ରଖିବା ସୁନୀଲ କେଡିଆ ଜାଣିବାକୁ ପାଇଥିଲେ। ଏହାପରେ ସୁନୀଲଙ୍କ ନିଜ ଗାର୍ଲ ଫ୍ରେଣ୍ଡ ସହିତ ପାଟିତୁଣ୍ଡ ଏବଂ ଝଗଡ଼ା ହୋଇଥିଲା I ଏହି ଘଟଣା ପରେ ଦିଲ୍ଲୀରେ ରହୁଥିବା ସୁନୀଲ କେଡ଼ିଆଙ୍କ ମହିଳା ବନ୍ଧୁ ସୁନୀଲଙ୍କ ମୋବାଇଲ ନମ୍ବରକୁ ବ୍ଲକ କରିଦେଇଥିଲେ । ସୁନୀଲ କେଡ଼ିଆ ଅନ୍ୟ ନମ୍ବରରୁ ଯୁବତୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ I ତେବେ ଏହି ଘଟଣାରେ ସୁନୀଲ କେଡ଼ିଆ ଉତକ୍ଷିପ୍ତ ହୋଇ ମହିଳା ବନ୍ଧୁଙ୍କ ନୂଆ ବୟଫ୍ରେଣ୍ଡ ରାୟପୁରର ବ୍ୟାପାରୀ ସନ୍ଦୀପ ଜୈନଙ୍କ ଜୀବନରୁ ହଟାଇ ଦେବା ପାଇଁ ଯୋଜନା କରିଥିଲେ । ସୁନ୍ଦରଗଡ଼ର ଟ୍ରାନ୍ସପୋର୍ଟର ସନ୍ତୋଷ ସିଂର ସହଯୋଗରେ ସୁନ୍ଦରଗଡ଼ର ଜଣେ ଅପରାଧୀ ଅମନ ଶର୍ମାକୁ ରାୟପୁରର ବ୍ୟବସାୟୀ ସନ୍ଦୀପ ଜୈନଙ୍କ ସୁପାରୀ ଦେଇ ରାସ୍ତାରୁ ହଟାଇବା ପାଇଁ ପ୍ଲାନ କରାଯାଇଥିଲା । ତେବେ ଏହି ଘଟଣାରେ ରାୟପୁରର ତେଲିବନ୍ଧା ପୁଲିସ ମାଷ୍ଟରମାଇଣ୍ଡ ସୁନୀଲ କେଡ଼ିଆ,ସନ୍ତୋଷ ସିଂ ଏବଂ ଅମନ ଶର୍ମାକୁ ଗିରଫ କରି କୋର୍ଟ ଚାଲାଣ କରିଛି I

Leave A Reply

Your email address will not be published.