ସୁନ୍ଦରଗଡ : ଗୋ ଚାଲାଣକୁ ବିରୋଧ କରି ସୁନ୍ଦରଗଡ ଟାଉନରେପିଏଲଏଫଏଇ ପୋଷ୍ଟର।। ପୋଲିସ ତଦନ୍ତ ଆରମ୍ଭ।

0 1,186

ସୁନ୍ଦରଗଡ଼ : ୨୨/୧୨ (ସତ୍ୟାନ୍ୟୁଜ) ଗୋ ଚାଲାଣ କୁ ବିରୋଧ କରି ସୁନ୍ଦରଗଡରେ ପୋଷ୍ଟର ମାରିଛନ୍ତି ନିଷିଦ୍ଧ PLFI ସଂଗଠନ। ସୁନ୍ଦରଗଡ଼ ଟାଉନ ଥାନା ଘରୋଇ ବସଷ୍ଟାଣ୍ଡ ନିକଟ
ଓଭର ବ୍ରିଜ କାନ୍ଥ ରେ ଏହି ପୋଷ୍ଟର ଲାଗିଛି । ପିପୁଲ୍ସ ଲିବେରେସନ୍ ଫ୍ରଣ୍ଟ ଅଫ ଇଣ୍ଡିଆ ସଙ୍ଗଠନ ପକ୍ଷରୁ ଏହି ପୋଷ୍ଟର ରେ ଗୋ ଚାଲାଣ ବନ୍ଦ କରିବା ପାଇଁ କୁହାଯାଇଛି। । ବନ୍ଦ ନ ହେଲେ ଫୌଜି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲେଖା ଯାଇଛି । କେନ୍ଦ୍ରୀୟ କମିଟି ର ପ୍ରେମ କୁମାର ଯାଦବଙ୍କ ସ୍ୱାକ୍ଷରରେ ଏହି ପୋଷ୍ଟର ଲାଗିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶଙ୍କା ଖେଳି ଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୂର୍ବରୁ ସୁନ୍ଦରଗଡ଼ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ରେ ପି ଏଲ୍ ଏଫ୍ ଆଇ ସଂଗଠନ ବେଶ ସକ୍ରିୟ ରହିଥିଲା । ୨୦୧୪ ମସିହାରେ ପୋଲିସ ୬ ଜଣ
ପି ଏଲ୍ ଏଫ୍ ଆଇ ସଦସ୍ୟଙ୍କୁ
ଏନକାଉଣ୍ଟର କଲାପରେ ସେମାନଙ୍କ ଗତିବିଧି କାମ ହୋଇ ଯାଇଥିଲା। ତେବେ ଆଜିକାର ଏହି ପୋଷ୍ଟର ପୁଣି ଥରେ
ପି ଏଲ ଏଫ୍ ଆଇ ନିଜରର ଉପସ୍ଥିତି କୁ ଜାହିର କରିଛନ୍ତି।

Leave A Reply

Your email address will not be published.