ରାଉରକେଲା : ଓଡିଶା – ଝାରଖଣ୍ଡ ସୀମାନ୍ତ ମନୋହରପୁର ନିକଟରେ ନକ୍ସଲ ମାନେ ଟ୍ରେନ ଲାଇନ ଉଡାଇଲେ।। ମୁମ୍ବାଇ ହାଉଡା ରୁଟ୍ ରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ।
ରାଉରକେଲା : ୨୨/୧୨ (ସତ୍ୟାନ୍ୟୁଜ) ଓଡିଶା – ଝାରଖଣ୍ଡ ସୀମାନ୍ତରେ
ନକ୍ସଲ ମାନେ ବିସ୍ପୋରଣ ଘଟାଇ ଟ୍ରେନ ଲାଇନ ଉଡାଇ ଦେଇଛନ୍ତି। ଝାରଖଣ୍ଡର ମନୋହରପୁର ଷ୍ଟେସନ ନିକଟ କାରୋ ଏବଂ ବିରୁୱା ନିକଟରେ ରେଳ ଧାରଣା ଉଡାଇ ଦେଇଛନ୍ତି ନକ୍ସଲ। ଗତକାଲି ବିଳମ୍ବିତ ରାତିରେ ନକ୍ସଲ ରେଳ ଧାରଣା ଉଡ଼ାଇ ଦେଇଥିବା ଜଣାପଡ଼ିଛି। ଫଳରେ ହାଉଡା-ମୁମ୍ବାଇ ରୁଟ୍ ରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ୨୦ରୁ ଅଧିକ ଟ୍ରେନ୍ ବିଭିନ୍ନ ଷ୍ଟେସନରେ ଅଟକି ରହିଥିବା ସୂଚନା ମିଳିଛି। ରାଉରକେଲା ଷ୍ଟେସନରେ ମଧ୍ୟ କେତେକ ଟ୍ରେନ ଅଟକି ରହିଛି। ବିସ୍ପୋରଣ ସ୍ଥଳରେ ନକ୍ସଲ ପୋଷ୍ଟର ଏବଂ ବ୍ୟାନର ମରାଯାଇଛି।
ସିଆରପିଏଫ୍ ଯବାନ, ପୁଲିସ ଓ ବମ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି। ଟ୍ରାକ୍ ମରାମତି ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବ ନେଇ ସୂଚନା ରହିଛି। ୨୦ରୁ ଅଧିକ ଟ୍ରେନ ଅଟକି ରହିଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏ ବାବଦରେ ଅଧିକ ସୂଚନା ଦେଉଛନ୍ତି ସତ୍ୟାନ୍ୟୁଜର ଚିଫ୍ ଏଡିଟର ସତ୍ୟାନନ୍ଦ ମହାନ୍ତି।