ଅର ଏସ ପି ଶ୍ରମିକ ସଂଗଠନ ସ୍ୱୀକୃତି ନିର୍ବାଚନ ଲାଗି ମାହୋଲ ସରଗରମ ।। ନଭେମ୍ବର ୧୫ ରେ ହେବ ନିର୍ବାଚନ ।

0 333

ଆସନ୍ତା ନଭେମ୍ବର ୧୫ ତାରିଖରେ ହେବାକୁ ଯାଉଛି ରାଉରକେଲା ଇସ୍ପାତ କାରଖାନା ଶ୍ରମିକ ସଙ୍ଗଠନ ର ସ୍ବୀକୃତି ନିର୍ବାଚନ । ଗତ ନିର୍ବାଚନରେ ଭାରତୀୟ ମଜଦୂର ସଭା ସମର୍ଥିତ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ବିଜୟ ଲାଭ କରି ସ୍ୱୀକୃତି ଶ୍ରମିକ ସଂଗଠନର ମାନ୍ୟତା ପାଇଥିଲା ।
ବି ଏମ ଏସ ର ପ୍ରତିଦ୍ବନ୍ଦିତା ମୁଖ୍ୟତଃ ରାଉରକେଲା ଶ୍ରମିକ ସଙ୍ଘ ଏବଂ ଗାଙ୍ଗପୁର ମଜଦୂର ମଞ୍ଚ ସାଙ୍ଗରେ ହୋଇଥିଲା । ଚଳିତ ସ୍ୱୀକୃତି ନିର୍ବାଚନରେ ଗାଙ୍ଗପୁର ମଜଦୂର ମଞ୍ଚ ଏବଂ ରାଉରକେଲା ଶ୍ରମିକ ସଂଘ ମିଳିତ ଭାବେ ନିର୍ବାଚନ ଲଢ଼ୁଥିବାରୁ ଭାରତୀୟ ମଜଦୂର ସଭା ସମର୍ଥିତ ଶ୍ରମିକ ସଂଗଠନ କଡା ମୁକାବିଲା ରେ ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ସିଟୁ ଶ୍ରମିକ ସଂଗଠନ ମଧ୍ୟ ନିର୍ବାଚନ ମୈଦାନ ରେ ଅବତୀର୍ଣ୍ଣ ହୋଇଛି । ଏନ ଜି ସି ଏସ ବୈଠକରେ ଶ୍ରମିକ ମଜୁରୀ ଚୁକ୍ତିନାମା ରେ ସେଲ ପରିଚାଳନା କର୍ତ୍ତୃପକ୍ଷଙ୍କ ଶ୍ରମିକ ବିରୋଧୀ ମନୋଭାବ ମୁଖ୍ୟ ଇଶୁ ହେବାର ସମ୍ଭାବନା ରହିଛି ।

ଗତ ୨୦୧୮ ମସିହା ଶ୍ରମିକ ସଂଗଠନ ସ୍ବୀକୃତି ନିର୍ବାଚନରେ
ବି ଏମ ଏସ ସମର୍ଥିତ ଇସ୍ପାତ କାରଖାନା କର୍ମଚାରୀ ସଂଘ ମୋଟ ୪୮୬୧ ଭୋଟ ପାଇଥିବା ବେଳେ ରାଉରକେଲା ଶ୍ରମିକ ସଂଘ ୩୭୩୦ ଭୋଟ ପାଇଥିଲା । ଅନ୍ୟ ପକ୍ଷରେ ଜର୍ଜ ତିର୍କୀ ଙ୍କ ନେତୃତ୍ୱାଧୀନ ଗାଙ୍ଗପୁର ମଜଦୂର ମଞ୍ଚ ୨୩୫୩ ଭୋଟ ପାଇଥିଲା । ଚଳିତ ନିର୍ବାଚନରେ ରାଉରକେଲା ଶ୍ରମିକ ସଂଘ ଏବଂ ଗାଙ୍ଗପୁର ମଜଦୂର ମଞ୍ଚ ମିଳିତ ଭାବେ ନିର୍ବାଚନ ରେ ଅବତୀର୍ଣ୍ଣ ହୋଇଥିବାରୁ ଏହା
ବି ଏମ ଏସ ସମର୍ଥିତ ଇସ୍ପାତ କାରଖାନା କର୍ମଚାରୀ ସଙ୍ଘ ଲାଗି ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି । ଏବେ ରାଉରକେଲା ଇସ୍ପାତ କାରଖାନା ଶ୍ରମିକ ସଂଗଠନର ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ କରାଯାଇଥିବା ବେଳେ ନିର୍ବାଚନ ମୋହଲ ସରଗରମ ରହିଛି ।

Leave A Reply

Your email address will not be published.