ରାଉରକେଲା : ୫୦ ଲକ୍ଷ ଟଙ୍କା ସୁନା ଗହଣା ଲୁଟ୍ ର ପର୍ଦ୍ଦାଫାସ କଲା ପୋଲିସ।। ଲୁଟ୍ ର ଶିକାର ପ୍ରଦୀପଙ୍କ ସାଥି ପ୍ରିନ୍ସ ଲୁଟ୍ ଯୋଜନା କରିଥିଲେ।

0 2,075

ରାଉରକେଲା : ୨୦/୧୨ (ସତ୍ୟାନ୍ୟୁଜ) ଅଭିଯୋଗକାରୀଙ୍କ ସାଥି ୫୦ ଲକ୍ଷ ଟଙ୍କା ସୁନା ଗହଣା ଲୁଟ୍ ର ଷଢଯନ୍ତ୍ର କରିଥିଲେ। ପୋଲିସ ତଥାକଥିତ ଲୁଟ୍ ର ଅଭିଯୁକ୍ତ ପ୍ରିନ୍ସ ନାମକ ଜଣେ ଯୁବକଙ୍କୁ ଗିରଫ କରି ତଦନ୍ତ କରୁଛି। ରାଉରକେଲାର ଏକ ସୁନା ଦୋକାନୀଙ୍କ କର୍ମଚାରୀ ପ୍ରଦୀପ ସୋନିଙ୍କ ସାଥିରେ ଥିବା ପ୍ରିନ୍ସ ଏବଂ ତାଙ୍କ ଭାଇ ଏହି ଲୁଟ୍ ର ଯୋଜନା କରିଥିଲେ।
ଗତ ୧୫ ତାରିଖରେ ରାଉରକେଲା
ପି ସି ଜୁଏଲରୀର କର୍ମଚାରୀଙ୍କୁ ଛୁରା ମାଡ କରି ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟ୍ ଅଭିଯୋଗ ହୋଇଥିଲା। ଏହି ଘଟଣା ରେଳବାଇ କଲୋନୀ କାଳୀ ମନ୍ଦିର ନିକଟରେ ହୋଇଥିଲା। ଲୁଟ୍ ଘଟଣାକୁ ପ୍ଲାଣ୍ଟସାଇଟ ପୋଲିସ ତଦନ୍ତ କରୁଥିବା ବେଳେ ଏବେ ଏହା ଭିନ୍ନ ମୋଡ଼ ନେଇଛି। ଲୁଟ୍ ର ଯୋଜନା ପ୍ରଦୀପ ସୋନିଙ୍କ ସାଙ୍ଗରେ ଥିବା ପ୍ରିନ୍ସ ନାମକ ଯୁବକ କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଲୁଟ୍ ହୋଇଥିବା ସୁନା ଗହଣା ମଧ୍ୟରୁ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗହଣା ପୋଲିସ ଜବତ କରି ସାରିଲାଣି।
ସୂଚନା ଅନୁଯାୟୀ ରାଉରକେଲା ରେଲୱେ କଲୋନୀ କାଳୀ ମନ୍ଦିର ନିକଟରେ ୧୫ ତାରିଖ ସକାଳେ ଏହି ଘଟଣା ଘଟିଥିଲା। ସୁନା ବ୍ୟବସାୟୀ ପ୍ରଦୀପ କୁମାର ସୋନି କୋଲକାତା ରୁ ସୁନା ଗହଣା ଆଣି ବାସନ୍ତୀ କଲୋନୀ ତାଙ୍କ ମାଲିକଙ୍କ ଘରକୁ ଗଲା ବେଳେ ଏହି ଘଟଣା ଘଟିଥିଲା। ସୁନା ଦୋକାନ ମାଲିକ ଶମ୍ଭୁ ସାହୁ ଏ ବାବଦରେ ଏତେଲା ଦେବା ପରେ ପୋଲିସ ତଦନ୍ତ କରି ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି। ନକଲି ଲୁଟ୍ ରେ ସାମିଲ କରାଯାଇଥିବା ଅନ୍ୟ ୩ ଜଣ ଦ୍ରୁବୃତ୍ତଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।

Leave A Reply

Your email address will not be published.