ରାଉରକେଲା : ବଡ଼ଗାଁ ଟାଟା ପାୱାର ଲିମିଟେଡ଼ କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ।। ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ।
ରାଉରକେଲା : ୨୧/୧୨ (ସତ୍ୟାନ୍ୟୁଜ) ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଟାଟା ପାୱାର ଲିମିଟେଡ଼ର ଜୁନିୟର ଇଞ୍ଜିନିୟର। ଜଣେ ଯୁବକଙ୍କୁ ଚାକିରୀ କରାଇ ଦେବାକୁ କହି ଏହି ଲାଞ୍ଚ ନେଉଥିଲେ ସୁନ୍ଦରଗଡ ବଡ଼ଗାଁ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ରଞ୍ଜନ ଦାସ। ନିଜ ଅଧିନସ୍ଥ ଠିକା କର୍ମଚାରୀ ପ୍ରବୀଣ କୁଲ୍ଲୁଙ୍କୁ ବିଦ୍ୟୁତ ବିଭାଗରେ ରେଗୁଲାର କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ମାଡି ବସିଲେ। ଟଙ୍କା ନଦେଲେ ଏହି ଚାକିରୀ ଅନ୍ୟ ଲୋକଙ୍କୁ ଦେଇ ଦେବାକୁ କନିଷ୍ଠ ଯନ୍ତ୍ରୀ ପ୍ରବୀଣଙ୍କୁ ଧମକାଉ ଥିଲେ। ରଞ୍ଜନଙ୍କ ଠାରୁ ଟଙ୍କା ଜବତ କରିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରଞ୍ଜନଙ୍କ ୩ ଟି ସ୍ଥାନରେ ଚଢ଼ାଉ କରିଛି। ରଞ୍ଜନ ଦାସ ପୂର୍ବରୁ ରାଉରକେଲାର ବନ୍ଧମୁଣ୍ଡା ଠାରେ କାର୍ଯ୍ୟ କରୁଥିଲେ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରଞ୍ଜନଙ୍କ କାର୍ଯ୍ୟାଳୟ , ଘର ସହ ଅନ୍ୟାନ୍ୟ ଜାଗାରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଚାଲିଛି।