ରାଉରକେଲା : ୧୯/୧୨ (ସତ୍ୟାନ୍ୟୁଜ) ଜବତ ହୋଇଥିବା ଏକ ଗାଡିକୁ ଛାଡି ଦେବାକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଫରେଷ୍ଟ ଗାର୍ଡ ଏବଂ ୱାଚର । ସୁନ୍ଦରଗଡ଼ 9ଜିଲ୍ଲା ବଣାଇ ରେଞ୍ଜର ଧରଣୀଧର ପାଲି ସେକ୍ସନ ଫରେଷ୍ଟ ଗାର୍ଡ ସାନାତନ ପାତ୍ର ଏବଂ ପାରା ୱାଚର ନରେନ୍ଦ୍ର କାଲୋ ଭିଜିଲାନ୍ସ ଜାଲରେ। ୭ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଧରା ପଡିବା ପରେ ଫରେଷ୍ଟ ଗାର୍ଡଙ୍କ ଯୋଡ଼ାବନ୍ଧ ଠାରେ ଥିବା ଘରେ ଚଢ଼ାଉ ଚାଲିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହେଉଛି। ୱାଚର ନରେନ୍ଦ୍ର କାଲୋ ଅଭିଯୋଗ କାରୀଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଗାର୍ଡ ସନାତନ ପାତ୍ର ତାଙ୍କ ପାଖରେ ଥିଲେ।