ରାଉରକେଲା : ୧୯/୧୨ (ସତ୍ୟାନ୍ୟୁଜ) ମୃତ୍ୟୁ ଦିନେ ନା ଦିନେ ସମସ୍ତଙ୍କ ପାଖକୁ ଆସିବ। କିନ୍ତୁ ଅସମୟରେ କାହାର ମୃତ୍ୟୁ ନିଜ ପ୍ରିୟଜନଙ୍କ ମନରେ ଆଣି ଦେଇଥାଏ ଗଭୀର ଦୁଃଖ ଏବଂ ଆଘାତ। ଏପରି ଏକ ଦୁଃଖଦ ଘଟଣା ରାଉରକେଲାରେ ଦେଖାଯାଇଛି। ସହରରେ ଏବେ ଡାଇରିଆ ବ୍ୟାପିଛି। ଦୁଇ ଦିନ ତଳେ ଡାଇରିଆରେ ପ୍ରଣବ କୁମାର ସ୍ୱାଇଁ ନାମକ ଜଣେ ଯୁବକ ମୃତ୍ୟୁ ବରଣ କଲେ। ପ୍ରଣବଙ୍କ ସୃତିରେ ଆଜି ତାଙ୍କ ବନ୍ଧୁ , ପ୍ରିୟଜନ ରାଉରକେଲା ସରକାରୀ ହସ୍ପିଟାଲରେ ରୋଗୀ ମାନଙ୍କୁ ଓଆରଏସ୍ ଏବଂ ଫଳ ବଣ୍ଟନ କରିଥିଲେ। ‘ଆରୋପ’ ପରିବାର ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ କାଳନ୍ଦୀ ବଡ଼ଜେନାଙ୍କ ସମେତ ଅନ୍ୟ ମାନେ ଭାଗ ନେଇଥିଲେ।