ରାଉରକେଲା : ଦେବଗଡରୁ ଅପହୃତ ୬ ବର୍ଷର ଝିଅ ସୁନ୍ଦରଗଡ଼ ବଡ଼ଗାଁରୁ ଉଦ୍ଧାର।। ଗତକାଲି ସନ୍ଧ୍ୟାରେ ଦ୍ରୁବୃତ୍ତ ମାନେ ଅପହରଣ କରିନେଇଥିଲେ।
ରାଉରକେଲା : ୧୯/୧୨ (ସତ୍ୟାନ୍ୟୁଜ) ସୋମବାର ସନ୍ଧ୍ୟାରେ ଦେବଗଡ଼ରୁ ଅପହୃତା କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ୬ ବର୍ଷର ଝିଅ ପିହୁକୁ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ରୁ ଉଦ୍ଧାର କରାଯାଉଛି। ବଡ଼ଗାଁ ଥାନା ଭୋଇପାଲି ପୋଲ ତଳୁ ପିହୁଙ୍କୁ ଉଦ୍ଧାର କରାଯାଇଛି। ପୋଲ ତଳେ ଝିଅଟି କାନ୍ଦୁ ଥିବା ବେଳେ ଜଣେ ସ୍ଥାନୀୟ ମହିଳା ଦେଖି ପୋଲିସକୁ ଖବର ଦେଇଥିଲେ । ଦେବଗଡ଼ ପୋଲିସ ସହିତ ଯୋଗାଯୋଗ କରିବା ପରେ ପୋଲିସ ଏବଂ ପିହୁଙ୍କ ବାପା ସୁନ୍ଦରଗଡ଼ରେ ପହଞ୍ଚି ପିହୁକୁ ନେଇ ଦେବଗଡ଼ ଫେରି ଯାଇଛନ୍ତି। ଗତ କାଲି ସନ୍ଧ୍ୟାରେ ଝିଅଟି ନିଜ ଆଇ ସହ ଟ୍ୟୁସନରୁ ଫେରୁଥିବା ବେଳେ ବାଇକରେ ୩ ଜଣ ଦ୍ରୁବୃତ୍ତ ତାଙ୍କ ଆଇଙ୍କୁ ଧକ୍କା ମାରି ଝିଅକୁ ଅପହରଣ କରି ନେଇ ଯାଇଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅପହୃତ ଝିଅକୁ ଉଦ୍ଧାର କରିବାକୁ ଉଦ୍ୟମ କରୁଥିବା ବେଳେ ଆଜି ସକାଳେ ବାଡ଼ଗାଁରୁ ଉଦ୍ଧାର କରାଯାଇଛି। ଅପହରଣର କାରଣ ଜଣା ପଡି ନାହିଁ। ଏ ବାବଦରେ ଅଧିକ ତଦନ୍ତ ଚାଲିଛି।