ସୁନ୍ଦରଗଡ଼ : ଯାତ୍ରୀବାହୀ ଅଟୋ ଉପରେ ଚଢ଼ିଗଲା ହାଇବା ଟ୍ରକ।। ୫ ମୃତ , ୨ ଗୁରୁତର।। ଉଦ୍ଧାର କାର୍ଯ୍ୟ ଜାରି।

0 1,081

ସୁନ୍ଦରଗଡ଼ : ୨୭/୧୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସଦର ଥାନା ତେଲେନଡିହି ଠାରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣ ମୃତ୍ୟୁ ବରଣ କରିଥିଲା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୋଟିଏ ଅଟୋରେ କିଛି ଲୋକ ଆସୁଥିବା ବେଳେ ଏକ ହାଇବା ଟ୍ରକ ଅଟୋ ଉପରେ ଚଢି ଯାଇଥିଲା। ଘଟଣା ସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଉଭୟ ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଉଭୟ ଗାଡ଼ି କ୍ଷେତ କ୍ଷେତ ଭିତରକୁ ଖସି ପଡିଛି । ଜେସିବି ସାହାଯ୍ୟ ରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.