ରାଉରକେଲା : ୧୪/୧୨ (ସତ୍ୟାନ୍ୟୁଜ) ରାଉରକେଲା ବିର୍ସ। ଛକରେ ଥିବା ସିଆଇଏସଏଫ କ୍ୟାମ୍ପସର ଏକ ଗଛରୁ ଜଣେ ଯବାନଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ୩୧ ବର୍ଷୀୟ ମୃତକ ସିଆଇଏସଏଫ ଯବାନ ସାହିଲ କୁମାର ବୋଲି ଜଣା ପଡ଼ିଛି। ସେ ଜାମ୍ମୁ କାଶ୍ମୀର ରାଜ୍ୟର କାଠୁଆ ଜିଲ୍ଲାର ବୋଲି ଜଣାପଡିଛି। ଏଠାରେ ସେ ସିଆଇଏସଏଫ୍ ବାରାକ ରେ ରହୁଥିଲେ। ନିକଟରେ ତାଙ୍କର ନିର୍ବନ୍ଧ ହୋଇଥିବା ବେଳେ ଆସନ୍ତା ମାସରେ ବିବାହ ହେବାର ଥିଲା। ତାଙ୍କ ପକେଟରୁ ପୋଲିସ ଏକ ମୋବାଇଲ ଫୋନ ଉଦ୍ଧାର କରିଛି। ପାରିପାଶ୍ୱକ ସ୍ଥିତିରୁ ସାହିଲ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପ୍ଲାଣ୍ଟସାଇଟ୍ ପୋଲିସ ଘଟଣାର ତଦନ୍ତ କରୁଛି।