ରାଉରକେଲା : ସୁନା ବ୍ୟବସାୟୀଙ୍କୁ ଛୁରା ମାଡ କରି ୬୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ଅଭିଯୋଗ।। ପୋଲିସ ତଦନ୍ତ ଜାରି ।

0 1,489

ରାଉରକେଲା : ୧୫/୧୨ (ସତ୍ୟାନ୍ୟୁଜ) ଗହଣା ଦୋକାନୀଙ୍କୁ ରାଜ ରାସ୍ତାରେ ଛୁରା ମାଡ କରି ୬୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟ୍ ଅଭିଯୋଗ ହୋଇଛି। ଆହତ ସୁନା ବ୍ୟବସାୟୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲ ନିଆଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।
ରାଉରକେଲା ରେଲୱେ କଲୋନୀ କାଳୀ ମନ୍ଦିର ନିକଟରେ ଶୁକ୍ରବାର ସକାଳେ ଏହି ଘଟଣା ଘଟିଛି। ସୁନା ବ୍ୟବସାୟୀ ପ୍ରଦୀପ କୁମାର ସୋନି କୋଲକାତା ରୁ ସୁନା ଗହଣା ଆଣି ବାସନ୍ତୀ କଲୋନୀ ଘରକୁ ଗଲା ବେଳେ ଏହି ଘଟଣା ଘଟିଛି। ରାଉରକେଲା ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡରେ ଥିବା ପି ସି ଜୁଏଲରୀ ର ପ୍ରଦୀପ ସୋନି ଆଜି ସକାଳେ
ଆଜାଦ ହିନ୍ଦ ଏକ୍ସପ୍ରେସରେ କୋଲକତା ରୁ ଆସି ଷ୍ଟେସନରେ ପହଞ୍ଚିଥିଲେ। ସେ ଦୋକାନର ଆଉଜଣେ କର୍ମଚାରୀଙ୍କ ସହ ବ୍ୟାଗରେ ସୁନା ନେଇ ଏକ ସ୍କୁଟିରେ ବାସନ୍ତୀ କଲୋନୀ ଘରକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। ରେଲୱେ କଲୋନୀ କାଳୀ ମନ୍ଦିର ନିକଟରେ ୩ ଜଣ ଦ୍ରୁବୃତ୍ତ ତାଙ୍କୁ ଅଟକାଇବା ପରେ ଛୁରା ମାଡ଼ କରି ସୁନା ଥିବା ବ୍ୟାଗ କୁ ଲୁଟି ନେଇଥିବା ଅଭିଯୋଗ ହୋଇଛି। ପ୍ଲାଣ୍ଟସାଇଟ ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.