ସୁନ୍ଦରଗଡ଼ : ୧୩/୧୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣାରେ ଦୁଇଜଣ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ହେଲେ କିଞ୍ଜିରିକେଲା ଥାନା କୁଲବା ଗ୍ରାମର ରିକାଶ ନାଏକ ଏବଂ ଲେଫ୍ରିପଡା ଥାନା ତେଲେନଡିହି ଗ୍ରାମର ବିରେନ ମହାନନ୍ଦିଆ। ଏହି ଦୁର୍ଘଟଣା ଘଟିଛି ଏମସିଏଲ୍ ରାସ୍ତା ଝରିଆପାଲି ଠାରେ। ରିକାଶ ଏବଂ ବିରେନ ଉଜ୍ଜ୍ୱଳପୁର ବିଦ୍ୟୁତ ଡିଭିଜନରୁ କାମ ସାରି ବାଇକ୍ ରେ ଫେରୁଥିବା ବେଳେ ତାଙ୍କୁ ଏକ କାର ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ ଘଟଣା ସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇ ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଲୋକମାନେ କାର ଡ୍ରାଇଭରକୁ ଅଟକ ରଖି ପୋଲିସକୁ ଖବର ଦେଇଛନ୍ତି। ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।