ସମ୍ବଲପୁର : ନଳକୂପରୁ ଶିଶୁ କନ୍ୟା ଉଦ୍ଧାର ଘଟଣା।। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ୍ରାଫ ଟିମ୍ , ଫାୟାର ଟିମ୍ , ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଲେ।
ସମ୍ବଲପୁର : ୧୩/୧୨ (ସତ୍ୟାନ୍ୟୁଜ) ନବଜାତ ଶିଶୁ କନ୍ୟାକୁ ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ
ବୋରୱେଲ୍ ରୁ ଉଦ୍ଧାର କରା ଯାଇପାରିଥିବାରୁ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅଞ୍ଚଳରେ ଖୁସିର ଲହରୀ।ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଖୁସି ଜାହିର କରି ଓଡ୍ରାଫ ଟିମ୍ , ଫାୟାର ଟିମ୍ , ଜିଲ୍ଲା ପ୍ରଶାସନ ଏବଂ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ସମସ୍ତ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ୩୦ କିଲୋମିଟର ଦୂର ରେଙ୍ଗାଲି ବ୍ଲକ ଲାରୀପାଲି ଗାଁ ନିକଟ ଜଙ୍ଗଲରେ ଏହି ଘଟଣା ଘଟିଥିଲା। କେହି ଅଜଣା ମହିଳା ଜଙ୍ଗଲ ଭିତରେ ଥିବା ଏକ ୨୫ ଫୁଟ ପରିତ୍ୟକ୍ତ ନଳକୂପରେ ନବଜାତ ଶିଶୁ କନ୍ୟାକୁ ଫୋପାଡ଼ି ଦେଇ ଚାଲି ଯାଇଥିଲେ। ଶିଶୁର କ୍ରନ୍ଦନ ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପରେ ମଙ୍ଗଳବାର ଅପରାହ୍ନ ୩ଟାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଘଟଣା ଉପରେ ସାରା ରାଜ୍ୟର ନଜର ଥିଲା। ଏବେ ଉଦ୍ଧାର ଶିଶୁ କନ୍ୟାକୁ ବୁର୍ଲା ମେଡ଼ିକାଲରେ ଚିକିତ୍ସା କରାଯାଉଛି।