ବଣାଇ : ୧୨/୧୨ (ସତ୍ୟାନ୍ୟୁଜ) ପୂଜା ସାମଗ୍ରୀ ବିସର୍ଜନ କରିବାକୁ ଯାଇ ନଦୀରେ ଯୁବକ ନିଖୋଜ। ନିଖୋଜ ଯୁବକଙ୍କ ନାମ ଅଶୋକ ସିଂହ। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ତୁମକେଲା ଘାଟ ନିକଟ ବ୍ରାହ୍ମଣୀ ନଦୀରେ। ଘର ପୂଜା ସାମଗ୍ରୀକୁ ପାଣିରେ ବିସର୍ଜନ କରିବାକୁ ଗୁଢ଼ୀଆଳି ଗ୍ରାମର ଅଶୋକ ସିଂ ନଦୀକୁଯାଇ ଥିଲେ । ମାତ୍ର ବହୁ ସମୟ ଧରି ଘରକୁ ନଫେରିବାରୁ ଘର ଲୋକଙ୍କ ସନ୍ଦେହ ବଢିଥିଲା। ଅଶୋକଙ୍କୁ ଖୋଜିବା ସହ ଘର ଲୋକ ପୋଲିସ, ଅଗ୍ନିଶମ ବିଭାଗ କୁ ଖବର ଦେଇ ଥିଲେ। ଅଗ୍ନିଶମ ବିଭାଗ ବହୁତ ଖୋଜା ଖୋଜି କରିଥିଲେ ସୁଦ୍ଧା ସନ୍ଧ୍ୟା ସୁଦ୍ଧା ତାଙ୍କୁ ଠାବ କରି ପାରିନଥିଲେ। ଆସନ୍ତାକାଲି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ।