ରାଇରଙ୍ଗପୁର : କଂଗ୍ରେସ ସଂସଦ ଧୀରଜ ସାହୁଙ୍କ ଠିକଣାରୁ ୫୦୦ କୋଟି କଳା ଟଙ୍କା ଜବତ ଘଟଣାରେ ବିଜେଡିର ସମ୍ପୃକ୍ତି ଅଭିଯୋଗ।। ବିଜେପିର ବିକ୍ଷୋଭ
ରାଇରଙ୍ଗପୁର : ୧୨/୧୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ ବ୍ୟବସାୟ ସହିତ ଜଡିତ ବିଭିନ୍ନ ପ୍ରତିଷ୍ଠାନରୁ ୫୦୦ କୋଟି ଟଙ୍କା ଜବତ ହୋଇଥିବା ବିଜେପି ଅଭିଯୋଗ କରିଛି। ଓଡିଶା ଏବଂ ଝରଖଣ୍ଡରେ ଥିବା ତାଙ୍କର ବିଭିନ୍ନ ସ୍ଥାନ ଖାନତଲାସ କରି ଆୟକର ବିଭାଗ ଏହି କଳାଧନ ଜବତ କରିଛି। ଓଡିଶାର ବଲାଙ୍ଗୀର ସମେତ ଅନ୍ୟାନ୍ୟ ସ୍ଥାନରୁ ଧୀରଜ ସାହୁଙ୍କ ଲିଙ୍କ୍ ରେ ଜବତ କୋଟି କୋଟି ଟଙ୍କାରେ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ଦାବି କରିଛି ରାଇରଙ୍ଗପୁର ବିଜେପି। ଏଥିରେ ରାଜ୍ୟ ସରକାରଙ୍କର ପ୍ରତ୍ୟକ୍ଷ ହାତ ରହିଛି ବୋଲି ଆଶଙ୍କା କରାଯାଉଛି। ଏହାର ପ୍ରତିବାଦରେ ରାଇରଙ୍ଗପୁରରେ ଭାରତୀୟ ଜନତା ପାର୍ଟି ତରଫରୁ ବିକ୍ଷୋଭ କରାଯାଇ କୁଶ ପୁତ୍ତଳିକା ଦାହ କରାଯାଇଥିଲା।
ଏହି ବିକ୍ଷୋଭରେ ଭାରତୀୟ ଜନତା ପାର୍ଟିର ଦଳୀୟ କର୍ମୀ ବହୁ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଅଧିକ ବଳିଷ୍ଠ କରିଥିଲେ | ଏଥିରେ ମୁଖ୍ୟତଃ ରାଜ୍ୟ ସମ୍ପାଦକ ନବୀନ ରାମ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ ମହାନ୍ତି, ଜିଲ୍ଲା ସାଧାରଣ ସଂପାଦକ ମନୋଜ କୁମାର ଦାସ, ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାପତି ମିଥିଳା ଟୁଡୁ, ଡାଳିମା ମଣ୍ଡଳ ସଭାପତି ସୁନୀଲ ସାୱୟାଁ, ପାସନା ମଣ୍ଡଳ ସଭାପତି ଲକ୍ଷ୍ମଣ ମାର୍ଣ୍ଡି, ତିରିଂ ମଣ୍ଡଳ ସଭାପତି ରତନ ମହାନ୍ତ, ଏମ ଏଲ ଏ ପ୍ରତିନିଧି ବିଜୁ ଗୋପାଳ ଗୋପ, ଝରାଡି ମଣ୍ଡଳ ସଭାପତି ମାଧବ ମହାପାତ୍ର, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଉପ ସଭାପତି ଝୁରିଲାଲ ମହାପାତ୍ର, ଯୁବ ମୋର୍ଚ୍ଚା ଯୁବ ସଭାପତି ଆଲୋକ ରଂଜନ ମହାନ୍ତ, ପୂର୍ବତନ ଜିଲ୍ଲା ପରିଷଦ କମଳାକାନ୍ତ ନାୟକ, ପୂର୍ବତନ ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସଭାପତି ବିର୍ସା କୋଣ୍ଡାକେଲ, ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମଡ, ତିରିଂ ବ୍ଲକ ପୂର୍ବତନ ଜିଲ୍ଲା ପରିଷଦ ଜଲେନ ବାର୍ଦ୍ଦା, ଜିଲ୍ଲା ସାଧାରଣ ସଂପାଦକ ଫାଗୁରାମ ମାର୍ଣ୍ଡି, ଏମ ପି ପ୍ରତିନିଧି ସାମନ୍ତ ଗିରି, ମିଡିଆ ସେଲ ପ୍ରଦୀପ ରାଉତ ଓ ରାଇରଙ୍ଗପୁର ମ୍ୟୁନିସିପାଲିଟି ଉପ ସଭାପତି ସଂଜୟ ସାହୁ ପ୍ରମୁଖ ସାମିଲ ଥିଲେ।