ମୟୁରଭଞ୍ଜ : ରାଇରଙ୍ଗପୁରରେ ପଛୁଆ ବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ କଲ୍ୟାଣ ମହାସଙ୍ଘ “ସେବାସ୍ତମ୍ବ” ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ।
ରାଇରଙ୍ଗପୁର : ୧୦/୧୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଅଖିଳ ଭାରତୀୟ ଅନୁସୂଚିତ ଜାତି,ଜନଜାତି,ପଛୁଆବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ “ସେବାସ୍ତମ୍ବ” ମୟୁରଭଞ୍ଜ ଜିଲ୍ଲା ଶାଖା ରାଇରଙ୍ଗପୁରର ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଡାକ ବଙ୍ଗଳାରେ ଆୟୋଜିତ ହୋଇ ଯାଇଛି। ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ହେମ୍ଭ୍ରମଙ୍କ ମାର୍ଗଦର୍ଶନ ଓ ଜିଲ୍ଲା ବରିଷ୍ଠ ଉପସଭାପତି ଗୋପାଳ କୃଷ୍ଣ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ସେବାସ୍ତମ୍ବ ରାଷ୍ଟ୍ରୀୟ ସାଧାରଣ ସଂପାଦକ ବିଜୟ କୁମାର ରାମ ଯୋଗ ଦେଇ ସଂଗଠନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଉପଦେଷ୍ଟା ଏବଂ ରାଷ୍ଟ୍ରୀୟ ସଂପାଦକ ମୋଚିରାମ ମାଝୀ ଭାରତୀୟ ସଂବିଧାନ ପ୍ରଣେତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଆଦର୍ଶର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ପୁର୍ବତନ ଜିଲ୍ଲା ସଭାପତି ଜଗତ ମାଝି ଚାକିରି ସୁରକ୍ଷାରେ ସଂବିଧାନ ର ଭୁମିକା ଚର୍ଚା କରିଥିଲେ। ଉପସଭାପତି ଶ୍ୟାମ ଚରଣ ମୁର୍ମୁ ବାବା ଭୀମରାଓ ଆମ୍ବେଦକରଙ୍କ ତ୍ଯାଗ ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ। ଜିଲ୍ଲା ସାଧାରଣ ସଂପାଦକ ବାଜଲ ମୁର୍ମୁ ସଂରକ୍ଷଣ ଉପରେ ତାଙ୍କର ବକ୍ତବ୍ଯ ରଖିଥିଲେ। କାର୍ତ୍ତିକ ଚନ୍ଦ୍ର କାରୁଆ ଓ ଆର ଭି ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ।ହେମ ମାଝି ସଂଗଠନ ର ଶକ୍ତି ଓ ଉପକାରୀତା ଉପରେ ବକ୍ତବ୍ଯ ରଖିଥିଲେ। ଦୁଖିଶ୍ଯାମ ମାଝି ସଂରକ୍ଷଣ ର ଆବଶ୍ୟକତା ବିଷୟରେ ବକ୍ତବ୍ଯ ରଖିଥିଲେ। ଅନ୍ଯମାନଙ୍କ ମଧ୍ୟରେ ଦୀପାଳୀ କୁମାରୀ,ପଦ୍ମିନୀ ସୋରେନ, ଅମ୍ବିକା ମାଝି,ଚାମରୁ ବେଶ୍ରା,ଡାକ୍ତର ସାଗରାମ ଟୁଡୁ, ସଂତୋସୀ ରାମ, ସୀତା ମାଝି,ସସ୍ମିତା ମାଝି,ସଂଗୀତା ମାଝି, ଓ ଅନ୍ଯାନ୍ଯ ସଦସ୍ଯ ମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମଟି ସାଫଲ୍ଯମଣ୍ଡିତ ହୋଇଥିଲା। ବରିଷ୍ଠ ଉପସଭାପତି ରବିନ୍ଦ୍ର ମୁଖି ତାଙ୍କର ବକ୍ତବ୍ଯ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ।