ରାଉରକେଲା : ୧୦/୧୨ (ସତ୍ୟାନ୍ୟୁଜ) ଡିସେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଲଗାତାର ତିନିଦିନ ଧରି ରାଉରକେଲାର ସିଭିକ୍ ସେଣ୍ଟର ଠାରେ ‘କସ୍ତୁରୀ’ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ଆୟୋଜିତ ହେବାକୁ ଯାଉଛି କସ୍ତୁରୀ ସାଂସ୍କୃତିକ ମହୋତ୍ସବ-2023। ଏହି ତିନିଦିନିଆ ମହୋତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ଅବସରରେ ସ୍ମରଣିକା “ବାପାଙ୍କୁ କାନ୍ଦିବା ମନା” ଉନ୍ମୋଚନ ହେବା ସହ ସେକ୍ଟର-୭ ମୂକ ଓ ବଧିର ପିଲାଙ୍କ ଦ୍ବାରା ଗଣେଶ ବନ୍ଦନା ଓ କ୍ଷୁଦ୍ର ନାଟକ”ଶେଷ ପରିଣାମ”, ସେକ୍ଟର-୧୬ ମାନସିକ ଓ ଭିନ୍ନକ୍ଷମ ଅନୁଷ୍ଠାନ ଦ୍ବାରା କ୍ଷୁଦ୍ର ନାଟକ “ପ୍ରଯୁକ୍ତିର ପକ୍ଷୀ” , ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟ ଲାଠିକଟା ଦ୍ବାରା କ୍ଷୁଦ୍ରନାଟକ “ଆମେ ହେବୁ ସଚେତନ” ଓ ସାନ୍ତାଳୀ ସାଂସ୍କୃତିକ ଅନୁଷ୍ଠାନ, ମାରଙ୍ଗବୁରୁ SHG, ସୁନ୍ଦରଗଡ଼ ଦ୍ଵାରା ସାନ୍ତାଳୀ ଲୋକନୃତ୍ୟ ଓ ମାରଙ୍ଗବୁର ସାନ୍ତାଳୀ ଅନୁଷ୍ଠାନ ରାଉରକେଲା ଦ୍ଵାରା ଦନ୍ତା ନୃତ୍ୟ, ଏକ ସାମାଜିକ ସଚେତନତା କାର୍ଯ୍ୟକ୍ରମ “ମୁଁ ବି କିଛି କହିବି” ରେ ମୁକବଧୀର ବାଳିକା ଗୌରୀ ମହାନ୍ତି, ଭିନ୍ନକ୍ଷମ soinath ଭୂମିଜ୍ ଓ ଦୃଷ୍ଟିହୀନ ବାଳିକା ଶ୍ରଦ୍ଧାଞ୍ଜଳି purty ଭାଗନେବେ। ସମ୍ପର୍କ ରାଉରକେଲା ଦ୍ବାରା ଭାସ୍କର ମହାପାତ୍ରଙ୍କ ନାଟକ “ଅନାମର ଆତ୍ମଲିପି”, ମୁଣ୍ଡା ୟୁଥ୍ ଆସୋସିଏସନ୍ ଦ୍ବାରା ସାନ୍ତାଳୀ ନୃତ୍ୟ ନାଟକ “କରମା ପୂଜା” ଓ ଉଦଯାପନୀ ସଂଧ୍ୟାରେ ଓଡ଼ିଶାର ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ଵ ଶ୍ରୀ ଶଙ୍କର ପ୍ରସାଦ ତ୍ରିପାଠୀ, ଅଶ୍ରୁମୋଚନ ମହାନ୍ତି ଓ ଭାସ୍କର ମହାପାତ୍ରଙ୍କୁ ୨୦୨୩ କସ୍ତୁରୀ ସମ୍ମାନ ପ୍ରଦାନ ସହିତ ଡକ୍ଟର ସଞ୍ଜୟ ହାତୀଙ୍କ ଦ୍ଵାରା ଲିଖିତ ନାଟକ “ଡିଜିଟାଲ ସ୍ବର୍ଗ” କସ୍ତୁରୀର କଳାକାରଙ୍କ ଦ୍ୱାରା ମଞ୍ଚସ୍ଥ କରାଯିବ ଯେଉଁଥିରେ ଶ୍ରୀ ନିହାର ରଞ୍ଜନ ମିଶ୍ର ନିର୍ଦ୍ଦେଶନା ଦେଇଛନ୍ତି ବୋଲି କସ୍ତୁରୀ ସାଧାରଣ ସମ୍ପାଦକ ରାଧା ଶ୍ୟାମ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି।