ରାଇରଙ୍ଗପୁର : ୧୦/୧୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଇରଙ୍ଗପୁର ସହରର ସିଭିଲ କୋର୍ଟ ପରିସରରେ ତାଲୁକ୍ ଆଇନ ସେବା କମିଟି ଆନୁକୂଲ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଏଡିଜେ ଦୀପକ କୁମାର, ସିନିୟର ସିଭିଲ ଜଜ୍ ହିମାଂଶୁ ଶେଖର ବିଶ୍ବାଳ, ଏସଡିଜେଏମ୍ ସିଦ୍ଧାର୍ଥ ଶଙ୍କର ସେନାପତି ଓ ଜେ ଏମ ଏଫ୍ ସି ଅଭିଶେକ ପୁଥାଳ ପ୍ରମୁଖ ଯୋଗ ଦେଇ ଥିଲେ । ଏହି କାର୍ଯ୍ୟକ୍ରମରର ଏଡିଜେ କୋର୍ଟର ଏମ ଏ ସି ଟି ମାମଲାର ୧୧ଟି, ସିନିୟର ସିଭିଲ ଜଜ୍ ଟଙ୍କା ପରିଶୋଧ ୭ଟି କେଶ୍ , ବିବାହ ସଂକ୍ରାନ୍ତୀୟ ବିବାଦର ୩ଟି, ଜମି ଅଧିକାର କେଶ୍ ଗୋଟିଏ, ସିଭିଲ କେଶ୍ ୧୪ଟି,
ଏସ ଡି ଜେ ଏମ କୋର୍ଟର କ୍ରିମିନାଲ କମ୍ପାଉଣ୍ଡଏବୁଲ କେଶ୍ ୨ଟି,
ଏନ୍ ଆଇ ଆକ୍ଟ ର ୧୦ଟି, ବିବାହ ସଂକ୍ରାନ୍ତୀୟ ବିବାଦର ୩ଟି ତଥା
ଜେ ଏମଏଫ୍ ସି କୋର୍ଟ , ଏନ ଆଇ ଏକ୍ଟ ୦୪ଟି ଓ ବିବାହ ସଂକ୍ରାନ୍ତୀୟ ଗଣ୍ଡଗୋଳ ୦୨ଟି ସମୁଦାୟ ୫୭ଟି କେଶର ସମାଧାନ କରାଯାଇଥିବା ବେଳେ ୬ଟିର ଆଶୁ ସମାଧାନ କରାଯାଇଥିଲା । ଏଥିରେ ତିନି ଲକ୍ଷ ଟଙ୍କାରେ ସେଟେଲମେଣ୍ଟ କରାଯାଇଥିଲା। ରାଇରଙ୍ଗପୁର ସହରର ବିଭିନ୍ନ ବ୍ୟାଙ୍କର କର୍ମଚାରୀମାନେ ଋଣ ମାମଲାର ସମାଧାନ ନିମନ୍ତେ ଲୋକ ଅଦାଲତରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ତଥା ଆଖପାଖର ଲୋକେ ସିଭିଲ କୋର୍ଟ ପରିସର ରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।