ରାଉରକେଲା : ମଦ ବ୍ୟବସାୟ ଲିଙ୍କ୍ ରେ ଆୟକର ବିଭାଗ ଚଢ଼ାଉରେ ୩୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ।। ଚତୁର୍ଥ ଦିନରେ ସୁନ୍ଦରଗଡ଼ରୁ ୩୦ କୋଟି ଜବତ।

0 471

ରାଉରକେଲା : ୧୦/୧୨ (ସତ୍ୟାନ୍ୟୁଜ) ମଦ ବ୍ୟବସାୟ ସହ ଜଡିତ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଲିଙ୍କ୍ ରେ ଓଡିଶା ଏବଂ ଝାରଖଣ୍ଡରେ ଆୟକର ବିଭାଗର ଚଢ଼ାଉ ପଞ୍ଚମ ଦିନରେ ଜାରି ରହିଛି। ଏହି ଚଢ଼ାଉରେ ୩୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ କରାଗଲାଣି। ସୁନ୍ଦରଗଡରେ ଏହି ଲିଙ୍କ୍ ରେ ବ୍ୟବସାୟୀ ରାଜ କିଶୋର ଜୟସ୍ୱାଲଙ୍କ ଘରେ ଚଢ଼ାଉ ଜାରି ରହିଛି। ଗତକାଲି ରାଜ କିଶୋରଙ୍କ ଘର ନିକଟରେ ଥିବା ଏକ ପରିତ୍ୟକ୍ତ ଘରୁ ୩୦ କୋଟି ଟଙ୍କା ଜବତ କରାଯାଇଛି। ରାଜ୍ୟର ବୌଦ୍ଧ , ବଲାଙ୍ଗୀର , ଟିଟିଲାଗଡ଼ , ସମ୍ବଲପୁରରେ ଚଢ଼ାଉ ଜାରି ରହିଛି। ରାଉରକେଲାରେ ମଧ୍ୟ ଜଣେ ମଦ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢ଼ାଉ ଚତୁର୍ଥ ଦିନରେ ମଧ୍ୟ ଜାରି ରହିଥିଲା। ସମ୍ବଲପୁରରେ ଜବତ ଟଙ୍କା ଗଣତି ସରିଥିଲା ବେଳେ ଅନ୍ୟ ସ୍ଥାନରେ ଆଜି ସରିବା ନେଇ ସୂଚନା ମିଳିଛି। ଆୟକର ବିଭାଗ ଚଢ଼ାଉ ପ୍ରସଙ୍ଗ କୁ ନେଇ ଏବେ ରାଜନୀତି ଜୋର ଧରିଛି। ବିଜେପି ଏବଂ ବିଜେଡି ପରସ୍ପରକୁ ଏହି ପ୍ରସଙ୍ଗକୁ ନେଇ ଆକ୍ଷେପ କରୁଥିବା ବେଳେ କଂଗ୍ରେସ ଦଳ ସଂସଦ ଧୀରଜ ସାହୁଙ୍କ ଠାରୁ ସମସ୍ତ ସମ୍ପର୍କ ଛିନ୍ନ କରିଛି। ତେବେ ଆଜି ଟଙ୍କା ଗଣତି ସରିବା ପରେ ଆୟକର ବିଭାଗ ଚଢ଼ାଉରେ କେତେ ପରିମାଣର ଟଙ୍କା ବାହାରିଲା ତାହା ଜଣାପଡିବ।

Leave A Reply

Your email address will not be published.