ମୟୁରଭଞ୍ଜ : ୯/୧୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) କରଞ୍ଜିଆ ଅବକାରୀ ବିଭାଗ ଏବଂ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରା ଯାଇଛି। ଏହା ସହ ମଦ ପ୍ରସ୍ତୁତ ପାଇଁ ରଖା ଯାଇଥିବା ଲକ୍ଷାଧିକ ଟଙ୍କାର ପୋଚ ନଷ୍ଟ କରି ଦିଆଯାଇଛି। କରଞ୍ଜିଆ ଥାନାର ମେଣ୍ଢା ସିଂ ଏବଂ ଝାରବେଡା ଗ୍ରାମରେ ଏହି ଚଢ଼ାଉ କରା ଯାଇଥିଲା। ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ୧୦୫ ଲିଟର ଦେଶୀ ମଦ ଏବଂ ୬ ହଜାର ୫୦୦ ଲିଟର ପୋଚ ଜବତ କରାଯାଇ ନଷ୍ଟ କରା ଯାଇଥିବା ଜଣା ପଡିଛି । ଜବତ ଏବଂ ନଷ୍ଟ କରା
ଯାଇଥିବା ବେଆଇନ ମଦର ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି କୁହା ଯାଉଛି। ଆଗକୁ ଉଭୟ ମୁନିସିପାଲିଟି ଏବଂ ଗ୍ରାମାଞ୍ଚଳରେ ଏପ୍ରକାର ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ କୌଣସି ବିଶ୍ବସ୍ତ ସୂତ୍ରରୁ କରଞ୍ଜିଆ ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ଧିରେନ କୁମାର ବେହେରା ଏହି ବେଆଇନ ମଦ ବାବଦରେ ଖବର ପାଇଥିଲେ। ଖବର ପାଇବା ପରେ ଧିରେନ କୁମାର କରଞ୍ଜିଆ ଥାନା କୁ ଜଣେଇବା ପରେ ଅବକାରୀ ବିଭାଗର ଏକ ଟିମ ଏବଂ କରଞ୍ଜିଆ ଥାନାର ଏକ ଟିମ ମିଳିତ ହୋଇ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ମେଣ୍ଢା ସିଂ ଓ ଝାରବେଡା ଗ୍ରାମରେ ଅତର୍କିତ ଭାବେ ଚଢ଼ାଉ କରି ବିପୁଳ ପରିମାଣର ଦେଶି ମଦ ଓ ପୋଚ ଜବତ କରି ନଷ୍ଟ କରିଥିବା ଜଣା ପଡିଛି | ଏହି ଚଢ଼ାଉ ରେ କରଞ୍ଜିଆ ଅବକାରୀ ନିରୀକ୍ଷକ ଧିରେନ କୁମାର ବେହେରା, କରଞ୍ଜିଆ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଆଲ୍ଲାଦି ମାର୍ଣ୍ଡି , ଥାନା ଏସ.ଆଇ ବଳରାମ ମହାରଣା ପ୍ରମୁଖ ସାମିଲ ହୋଇ ଥିଲେ।