ବଣାଇ : ହାତୀ ଏବଂ ଗ୍ରାମବାସୀଙ୍କ ସୁରକ୍ଷା ନେଇ ଚିନ୍ତାରେ ବନ ବିଭାଗ।। ହାତୀ ସୁରକ୍ଷା ନେଇ ବନ ବିଭାଗର ଗଜସାଥି ତାଲିମ କାର୍ଯ୍ୟକ୍ରମ।

0 369

ବଣାଇ : ୮/୧୨ (ସତ୍ୟାନ୍ୟୁଜ) ହାତୀ ସୁରକ୍ଷା ଏବଂ ହାତୀ ଆକ୍ରମଣରୁ ମଣିଷକୁ ରକ୍ଷା କରିବା ଏବେ ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇଛି। ପୂର୍ବରୁ ହାତୀ ମାନେ ଏକ ନିର୍ଦ୍ଦିଷ୍ଟ ରାସ୍ତାରେ ଯିବା ଆସିବା କରୁଥିଲେ। ଏହାକୁ ହାତୀ କରିଡର କୁହାଯାଉଥିଲା। ମାତ୍ର ଏବେ ହାତୀ ଜଙ୍ଗଲ ଛାଡି ଗାଁ ମୁହାଁ ହୋଇଥିବାରୁ ହାତୀ କରିଡର ସଂଖ୍ୟାରେ ବୃଦ୍ଧି ଘଟିଛି। ଗାଁରେ ହାତୀ ପ୍ରବେଶ କଲେ ଲୋକମାନେ ନିଆଁ ହୁଳା , ବାଟୁଳି ସାହାଯ୍ୟରେ ହାତୀ ଘଉଡାଉଛନ୍ତି। ଫଳରେ ହାତୀ ବିବ୍ରତ ହୋଇ ତାର ଗତିପଥ ବଦଳାଉଛି। ଏବେ ବଣାଇ ଉପଖଣ୍ଡରେ ଥିବା ୭ଟି ଫରେଷ୍ଟ ରେଞ୍ଜରେ ହାତୀ ଏବଂ ଗ୍ରାମ ବାସୀଙ୍କ ସୁରକ୍ଷା ନେଇ ବନ କର୍ମଚାରୀ ଏବଂ ଗଜ ସାଥୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଗତକାଲି ତାମରା ଫରେଷ୍ଟ ରେଞ୍ଜ ରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।
ଏହି ତାଲିମ ଶିବିରରେ ଭାଲୁଡୁଙ୍ଗୁରି ଫରେଷ୍ଟର, ଫରେଷ୍ଟ ଗାର୍ଡଙ୍କ ସମତେ ୪ଟି ସେକ୍ସନର ଗଜ ସାଥି ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.