ରାଉରକେଲା : କୋଏଲ ନଦୀରେ ବୁଡି ନିଖୋଜ ଥିବା ଅନ୍ୟ ଜଣେ ଛାତ୍ରଙ୍କ ମୃତ ଦେହ ଉଦ୍ଧାର।। ଗତକାଲି ଜଣେ ଛାତ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା।
ରାଉରକେଲା : ୩/୧୨ (ସତ୍ୟାନ୍ୟୁଜ) ରାଉରକେଲା କୋଏଲ ନଦୀରେ ବୁଡି ନିଖୋଜ ଥିବା ଛାତ୍ର ପ୍ରିୟ ରଞ୍ଜନ ପାଢ଼ୀଙ୍କ ମୃତ ଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ଫାୟାର ଏବଂ ଓଡ୍ରାଫ ଟିମ୍ ତାଙ୍କ ଶବ ନଦୀ ମଧ୍ୟରୁ ଉଦ୍ଧାର କରିଛନ୍ତି। ଗତକାଲି ବୁଡି ଯାଇଥିବା ଅନ୍ୟ ଜଣେ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ଉଭୟ ଛାତ୍ର ଡିଏଭି ପବ୍ଲିକ ସ୍କୁଲରେ ପଢୁଥିଲେ। ଏହି ଘଟଣାରେ ସେମାନେ ରହୁଥିବା ଲେବର ଟେନାମେଣ୍ଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ଘଟଣା ସ୍ଥଳରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସ୍ୱାନ୍ତନା ଦେଇଥିଲେ। ସୂଚନାଯୋଗ୍ୟଯେ ପ୍ରାୟ ପ୍ରତିବର୍ଷ କୋଏଲ ନଦୀରେ ବୁଡି ନାବାଳକ ଛାତ୍ରମାନେ ପ୍ରାଣ ହରାଉଛନ୍ତି। ତେଣୁ ଏ ବାବଦରେ ସଚେତନତାର ଆବଶ୍ୟକତା ରହିଛି।